ପାଟକୁରାରେ ବିଜେପିର ବିଜୟ ସୁନିଶ୍ଚିତ : ଧର୍ମେନ୍ଦ୍ର ପ୍ରଧାନ

ପାଟକୁରା : ପାଟକୁରାରେ ବିଜେପିର ବିଜୟ ସୁନିଶ୍ଚିତ । ପାଟକୁରାବାସୀ ଏହି ନିିିିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ଉପନିର୍ବାଚନ ପାଇଁ ମାରାଥନ ପ୍ରଚାର କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିରେ ଲୋକମାନଙ୍କର ଅହେତୁକ ଜନସମର୍ଥନ ଭାରତୀୟ ଜନତା ପାର୍ଟି ବିଶେଷତଃ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପ୍ରତି ରହିଛିା ଏଥର ଲୋକମାନେ ଦଳମତ ନିର୍ବିଶେଷରେ ନିଃସନ୍ଦେହ ବିଜୟ ବାବୁଙ୍କୁ ବିଧାୟକ କରିବେ ବୋଲି ସେ କହିଛନ୍ତି । ଚଳିତ ନିର୍ବାଚନରେ କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ ସରକାର ହୋଇସାରିଥିବା ବେଳେ ପାଟକୁରା ନିର୍ବାଚନ ଫଳାଫଳ ଦିଲ୍ଲୀ ଓ ଭୁବନେଶ୍ୱର ସରକାରକୁ ବଦଳାଇ ପାରିବନାହିଁ । ମାତ୍ର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଭଳି ଲୋକ ବିଜେତା ହୋଇ ବିଧାୟକ ଭାବେ ବିଧାନସଭାକୁ ଗଲେ ମୋଦି ଦେଉଥିବା ଟଙ୍କାର ହିସାବ ଲୋକମାନେ ପାଇପାରିବେ ବୋଲି ପ୍ରଧାନ କହିଛନ୍ତି । ଓଡିଶାରେ ଗୋଟିଏ ଦଳ ଦୀର୍ଘ ୨୦ ବର୍ଷ ଧରି ଲମ୍ବା ସମୟର ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଗରିବ ଲୋକମାନଙ୍କର ସମସ୍ୟାର ସମାଧାନ ହୋଇପାରିନଥିବା ବେଳେ ଆଗାମୀ ୫ ବର୍ଷରେ ସମାଧାନ ହୋଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି । ଗଣତନ୍ତ୍ରରେ ଭୋଟ ଦେଉଥିବା ଲୋକମାନଙ୍କର ନିଷ୍ପତିକୁ ସ୍ୱୀକାର କରିବା ଦରକାର । ଗଣତନ୍ତ୍ରରେ ପେଂଚ ଲୋକଙ୍କ ହାତରେ ଅଛି । ବିଜେପି ତା’ କାମ କରୁଥିବା ବେଳେ ଅନ୍ୟାନ୍ୟ ରାଜନୈତିକ ଦଳ ସେମାନଙ୍କର କାମ କରୁଛନ୍ତି ଏବଂ ପାଟକୁରାବାସୀ ତାଙ୍କ କାମ କରିବେ ବୋଲି ସେ କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ପ୍ରତି ଓଡିଆ ଲୋକଙ୍କ ଅଭୁତପୂର୍ବ ଭରସା ଅଛି । ଏଥର ପାଟକୁରାବାସୀ ଦଳୀୟ ପ୍ରାର୍ଥୀ ବିଜୟ ବାବୁଙ୍କ ଜିତାଇବେ । ମହିଳା, ଯୁବ ବର୍ଗ, ବରିଷ୍ଠ ଲୋକମାନଙ୍କ ମନ୍ତବ୍ୟ ଅନୁଯାୟୀ ଏଠାରେ ବିଜେପିର ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ