ପାଟକୁରା ଜିତାପଟକୁ ନେଇ ବିଜେଡିର ବିଜୟ ଉତ୍ସବ

ପାରଳାଖେମୁଣ୍ଡି, -(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲା ସଦର ମହକୁମା ପାରଳଖେମୁଣ୍ଡି ସ୍ଥିତ କଲେଜ ଛକ ଠାରେଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତୀ ସମ୍ମୁଖରେ ଜିଲା ବିଜେଡି ପକ୍ଷରୁ କେନ୍ଦ୍ରାପଡା ଜିଲାର ପାଟକୁରା ଉପ ନିର୍ବାଚନରେ ବିଜେଡିର ଜିତାପଟକୁ ନେଇ ବିଜୟ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ ବିଜେଡି କର୍ମୀ ଏକତ୍ରିତ ହୋଇ ଆତସବାଜି ସହ ବିଜେଡିର ଜୟଗାନ କରିଥିବାର ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ପାଟକୁରା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରବାଲ ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପ୍ରାୟ ୧୭ହଜାରରୁ ଉର୍ଦ୍ଧ ଭୋଟ ବ୍ୟବଧାନରେ ବାଜିମାତ କରିଥିଲେ । ଏହାକୁନେଇ ସାରା ରାଜ୍ୟରେ ବିଜୁ ଜନତାଦଳ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଥିବାବେଳେ ପାରଳାଖେମୁଣ୍ଡି ଠାରେ ଗଜପତି ଜିଲା ବିଜେଡି ପକ୍ଷରୁ ମଧ୍ୟ ବିଜୟ ଉତ୍ସବ ଧୂମଧାମରେ ପାଳିତ କରାଯାଇଛି । ଏହି ଅବସରରେ ଜିଲାସଭାପତି ଏହି ବିଜୟ ନବୀନ ବାବୁଙ୍କ ଉପରେ ଓଡିଶାବାସୀଙ୍କ ବିଶ୍ୱାର ବିଜୟ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ପୂର୍ବତନ ଜିଲା ସଭାପତି ବସନ୍ତ ଦାସ, ପ୍ରଶାନ୍ତ ପାତ୍ର, ସଂଜୁକ୍ତା ବେହେରା ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ