ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳରେ ତତ୍ପରତା
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ନିର୍ବାଚନ କମିଶନଙ୍କ ପକ୍ଷରୁ ପାଟକୁରା ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ବିଭିନ୍ନ ଦଳ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଥିବା ଦେଖାଯାଇଛି । ବିଜେଡି,କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଯୋରଦାର କରାଯାଇଥିବାର ଦେଖିବାକୁ ମିଳିଛି । ବିଭିନ୍ନ ଦଳର ରାଜ୍ୟ ସ୍ତରର ନେତାମାନେ କେନ୍ଦ୍ରାପଡାରେ ଡେରାପକାଇ ପ୍ରଚାର ଯୋରଦାର କରିଥିବାର ଦେଖାଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କେନ୍ଦ୍ରାପଡାରେ ରହି ଦଳୀୟ ପ୍ରାର୍ଥିଙ୍କୁ ଜିତାଇବାକୁ ବିଭିନ୍ନ ରଣ କୈାଶଳ ସ୍ଥିର କରିବାରେ ଲାଗି ପଡିଛନ୍ତି । ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ପାଟକୁରାରେ ସୂର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକପରେ କର୍ମୀମାନେ ହତୋତ୍ସାହିତ ହୋପଡିଥିଲେ ଏବେ କିନ୍ତୁ ସମସ୍ତ ଦଳୀୟ କର୍ମୀ ଏକତ୍ରିତ ହୋଇ ଦଳର ପ୍ରାର୍ଥିୀନୀ ସାବିତ୍ରୀ ଅଗ୍ରୱାଲଙ୍କୁ ନିଶ୍ଚିନ୍ତ ଭୋଟଦେଇ ଜିତାଇବେ ବୋଲି କର୍ମୀଙ୍କ ମହଲରେ ଆଲୋଚନା ଚାଲିଛି । ନିଜ ନିଜ ଭିତରେ ଥିବା ସମସ୍ତ ମନୋମାଳିନ୍ୟକୁ ଭୁଲି ଦଳର ପ୍ରାର୍ଥୀନୀଙ୍କ ପାଇଁ ଲାଗିପଡିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି । ମନ୍ତ୍ରୀଙ୍କ ସହିତ ଆଠମଲ୍ଲିକର ବିଧାୟକ ତଥା କେନ୍ଦ୍ରାପଡାର ପୂର୍ବତନ ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ସାଏ ମଧ୍ୟ କେନ୍ଦ୍ରାପଡାରେ ପହଁଚି ପାଟକୁରାରେ ଦଳୀୟ ପ୍ରାର୍ଥୀନୀଙ୍କ ନିର୍ବାଚନୀ ପ୍ରଚାର ନିମନ୍ତେ ଲାଗିପଡିଛନ୍ତି । ସେହିପରି ବିଜେପିର ଭୃଗୁ ବକ୍ସିପାତ୍ର,କନକ ବର୍ଦ୍ଧନ ସିଂଦେଓ ପ୍ରମୁଖ କେନ୍ଦ୍ରାପଡାରେ ପହଁଚି ବିଜେପି ପ୍ରାର୍ଥୀଙ୍କ ପ୍ରଚାର ନିମନ୍ତେ ରଣନିତୀ ଆପଣେଇବାକୁ ଏକ ଗୁପ୍ତ ବୈଠକ କରିଥିବା ଦେଖିବାକୁ ମିଳିଛି ।


