ପାଟକୁରା ବିଧାନସଭା ନିର୍ବାଚନ ଉପଲକ୍ଷେ ବିଜେଡି ଆଇନ ସାମ୍ମୁଖ୍ୟ ବୈଠକ

କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ) – କେନ୍ଦ୍ରାପଡା ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ପକ୍ଷରୁ ପାଟକୁରା ବିଧାନସଭା ନିର୍ବାଚନ ପରୀପ୍ରେକ୍ଷୀରେ ଏକ ବୈଠକ ଶନିବାର ଚାନ୍ଦୋଳ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଆବାହକ ଭୀମସେନ ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟସରକାରଙ୍କ ଆଇନ,ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ,ଗୃହ ଏବଂ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପାଟକୁରା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆମ୍ଭେମାନେ ଆଜି ଏଠାରେ ଏକତ୍ରିତ ହୋଇଛେ । କେନ୍ଦ୍ରାପଡାବାସୀ ସର୍ବଦା ବିଜୁବାବୁଙ୍କୁ ଼ଭଲପାଉଥିଲେ । ଆଉ ଏବେ ନବୀନବାବୁଙ୍କୁ ଭଲ ପାଉଛନ୍ତି । କାରଣ ଦୁଇ ଦୁଇ ଥର କେନ୍ଦ୍ରାପଡାରୁ ଲୋକସଭାର ସାଂସଦ ହୋଇଥିବା ବୈଜୟନ୍ତ ପଣ୍ଡା ବିଜେଡି ଟିକେଟରେ ଲଢି ଜିତିଥିଲେ । କିନ୍ତୁ ବିଜେଡିରୁ ବାହାରିଯାଇ ସେ ବିଜେପିରୁ ପ୍ରାର୍ଥୀ ହୋଇ ପ୍ରାୟ ଦେଢଲକ୍ଷରୁ ଉଦ୍ଧ୍ୱର୍ ଭୋଟରେ ପରାଜୟ ବରଣ କଲେ । ସେ ନବୀନବାବୁଙ୍କ ସହ ବିଶ୍ୱାସଘାତକତା କରିଥିବାରୁ କେନ୍ଦ୍ରାପଡାବାସୀ ତାଙ୍କୁ ଜିତାଇଦେଲେନାହିଁ । ସେଏହିଭଳି ଦାମବାବୁ ବିଜେଡିକୁ ବଙ୍ଗୋପସାଗରକୁ ଫିଙ୍ଗିଦେବେ ବୋଲି କହୁଥିଲେ ସେ ନିଜେ ବଙ୍ଗୋପସାଗରରେ ପଡିଲେ । ତେଣୁ ନବୀନବାବୁଙ୍କ ସହ ବିଶ୍ୱାସଘାତକତା କରିଲେ ତାହାର ପରିଣାମ ଏହିପରି ହୋଇଥାଏ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ । କେନ୍ଦ୍ରାପଡା ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଅନୁଭବ ମହାନ୍ତି ଖୁବ କମଦିନ ମଧ୍ୟରେ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳିର ସବୁ ସ୍ଥାନକୁ ଯାଇପାରିନଥିଲେ କିନ୍ତୁ ନବୀନବାବୁଙ୍କ ଯୋଗୁଁ ସେ ଏତେ ସଂଖ୍ୟାରେ ଭୋଟପାଇ ନିର୍ବାଚିତ ହୋଇପାରିଲେ । ଗତ ସାଧାରଣ ନିର୍ବାଚନରେ ସମସ୍ତ ହିସାବ କିତାବକୁ ଭୁଲ ବୋଲି ପ୍ରମାଣିତ କରି ୫ମଥର ପାଇଁ ସରକାର ଗଠନ କରିବା ସହିତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ଅବସରରେ କେନ୍ଦ୍ରାପଡା କଲେଜକୁ କେବେ ବିଶ୍ୱ ବିଦ୍ୟାଳୟରେ ପରିଣତ କରାଯାଉଛି ବୋଲି ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରଦେଇ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ଖୁବ ଶୀଘ୍ର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଅପଗ୍ରେଡେସନ କରାଯିବ । ପାଟକୁରାର ବିକାଶ ଚାହୁଁଥିଲେ ବିଜେଡି ବିଧାୟିକା ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବହୁ ସଂଖ୍ୟାରେ ଭୋଟଦେବାକୁ ନିବେଦନ କରିଥିଲେ । ରାଜ୍ୟରେ ଆଇନଜୀବିମାନଙ୍କୁ ସଂଗଠିତକରି ସେମାନଙ୍କ ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ପ୍ରଥମେ ନବୀନବାବୁଙ୍କ ବିଜେଡି ସରକାର ସୁଯୋଗ ଦେଲା । ପୂର୍ବରୁ କୈାଣସି ସରକାର ଅମଳରେ ଏଭଳି ହୋଇନଥିଲା । ନବୀନବାବୁଙ୍କ ସରକାରର ନିଷ୍ପତି ନେଇଥିବାରୁ ରାଜ୍ୟର ୩୧୪ଟି ବ୍ଲକରେ ଜେ.ଏମ.ଏଫ.ସି.କୋର୍ଟ ଖୋଲିବାକୁ ଯାଉଛି ଓ ରାଜ୍ୟର ପ୍ରତ୍ୟେକ ପଂଚାୟତରେ ମଧୁସୁଦନ ଆଇନ ସହାୟକ କେନ୍ଦ୍ର ଖୋଲିଛି । ଯେଉଁଠି କୋର୍ଟ ରହିଛି ସେଠାରେ ଅପଗ୍ରେଡେସନ କରାଯାଇ ଉପର କୋର୍ଟ ଖୋଲାଯିବାକୁ ବ୍ୟବସ୍ଥା କରାଯାଉଛି । ଏଥିସହିତ ଆଇନଜୀବିମାନଙ୍କ ନିମନ୍ତେ ରାଜ୍ୟରେ ଆଇନ ବିଶ୍ୱ ବିଦ୍ୟାଳୟ ଓ ଲୟାର୍ସ ଏକାଡେମୀ ପ୍ରତିଷ୍ଠା କରାଯାଉଛି । ଆଇନଜୀବିଙ୍କ କଲ୍ୟାଣପାଣ୍ଠିକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇଦିଆଯାଇଛି । ତେଣୁ ଆଇନଜୀବିମାନେ ଆସାନ୍ତା ପାଟକୁରା ବିଧାନସଭା ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପାଟକୁରା ନିର୍ବାଚନରେ ଆଇନଜୀବିମାନେ ପ୍ରମୁଖ ଭୂମିକା ଗ୍ରହଣ କରି ଦଳର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବହୁ ଭୋଟରେ ଜିତାଇବାକୁ ଉଦ୍ୟମ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ରାଜ୍ୟ ବିଜେଡି ଲିଗାଲ ସେଲର ଆବାହକ ବରିଷ୍ଠ ଆଇନଜୀବି ମିଲନ କାନୁନଗୋ ଓ ସାବିତ୍ରୀଙ୍କ ଝିଅ ମଧୁସ୍ମିତା ଅଗ୍ରୱାଲ ଯୋଗଦେଇ ବିଜେଡି ପ୍ରାର୍ଥିନୀଙ୍କୁ ବହୁ ଭୋଟରେ ଜିତାଇବା ପାଇଁ ନିବେଦନ କରିଥିଲେ । ବୈଠକରେ ରାଜ୍ୟ ବିଜେଡି ଲିଗାଲ ସେଲ ସଦସ୍ୟ ସଞ୍ଜୟ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶାନ୍ତିସ୍ୱରୂପ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ବିଜୟ କୁମାର ପରିଡା,ଗୋକୁଳିରଞ୍ଜନ ଦାସ,ଗୋବର୍ଦ୍ଧନ ରାଉତ,ମାନସରଞ୍ଜନ ଧଳ,ନିରଞ୍ଜନ ବଳ,ଅରୁଣ କୁମାର ରାଉତ,ପ୍ରଭାତ ପ୍ରଧାନ,ମନୋଜ ସାହୁ,ସେକ ଅଜିମୁଦ୍ଦିନ,ଲଳିତେନ୍ଦୁ ପଣ୍ଡା,ନିହାର ମହାପାତ୍ର,ଶେଷଦେବ ଦାସ,ବୀରେନ୍ଦ୍ର ଦାସ,ସ୍ମୃତିରଞ୍ଜନ ସିଂ,ଧିରେନ୍ଦ୍ର କୁମାର ଦାସ,ଅନୂପମା ରାଉତ,ଭୀମ ପ୍ରଧାନ,ରବିନ୍ଦ୍ର ଦାସ,ସୁଶିଲ ଦାସ ପ୍ରମୁଖ ଶତାଧିକ ଆଇନଜୀବି ଯୋଗଦେଇ ବକ୍ତବ୍ୟ ରଖିବା ସହ ବିଜେଡି ପ୍ରାର୍ଥୀନୀ ଶ୍ରୀମତି ଅଗ୍ରୱାଲଙ୍କୁ ୫୦ହଜାରରୁ ଉଦ୍ଧ୍ୱର୍ ଭୋଟରେ ଜିତାଇବାକୁ ଶପଥ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ