ପାଟକୁରା ରେ ଚାଲିଛି ନିର୍ବାଚନ ବାଜି ରେ ଲାଗିଛି ବିଜୟ ଙ୍କ ଭାଗ୍ୟ
(ଯୁଗାବ୍ଦ ନ୍ୟୁଜ) ଆରମ୍ଭ ହୋଇସାରିଛି ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ । ସକାଳ ୭ ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଭୋଟଗ୍ରହଣ ଚାଲିବ । ସକାଳ ୧୧ ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇସାରିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାତନ ଅଧିକାରୀ ସୂଚନା ଦେଇଛନ୍ତି । ପାଟକୁରା ବିଧାନସଭା ନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ ୩୦୯ ଟି ବୁଥରେ ୨ଲକ୍ଷ୩୭ ହଜାର ୫୯୯ ଜଣ ଭୋଟର ମତଦାନ କରିବେ । ପାଟକୁରା ବିଧାନସଭା ର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଭୋଟ ଦେଇ ଆସିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଯେ ସତ୍ୟ ଓ ନ୍ୟାୟ ର ଜୟ ହେଉ ଦୀର୍ଘ ୧୯ ବର୍ଷ ଧରି ବିଜେଡି ଯେଉଁ ଅରାଜକତା କରିଆସୁଛି ତାର ଧ୍ୱସଂ ହେଇ ପାଟକୁରାରେ ପରିବର୍ତ୍ତନ ଆସୁ । ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ୪ କମ୍ପାନୀ ସିଆପିଏଫ ଯବାନ ମୁତୟନ କରାଯାଇଛି ୩୧ ଟି ବୁଥ ରେ ୱେବ କାଷ୍ଟିଙ୍ଗ ୪୦ ଟି ସ୍ଥାନରେ ସିସିଟିଭିସ ସହ ୫୨ ଜଣ ମାଇକ୍ରୋ ଅବଜରଭର ୧୫ ଟି ବୁଥ ରେ ଭିଡିଓଗ୍ରାଫି କରାଯାଇଛି । ମତ ଦାତାଙ୍କ ସୁବିଧା ସୁଯୋଗ କୁ ଆଖି ଆଗରେ ରଖି ୩୦୯ ଯାକ ବୁଥ ରେ ପିଇବା ପାଣି , ବିଦ୍ୟୁତ ସଂଯୋଗ କରାଯାଇଛି ।



