ପାଟଣାଗଡକୁ ଦୁଇ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ପାଟଣାଗଡ, (ୱା ଏନ ଏସ ):ଆସନ୍ତା ଦୁଇ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପାଟଣାଗଡ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳ ଗୌରବ ଶିବାଜି ଏସଲୱାର ଓ ଏସ ପି ଋଷିକେଶ ଖିଲରୀ ଆସି ବିଭିନ୍ନ ପ୍ରକଳ୍ପ ର ଅନୁଧ୍ୟାନ କରି ଥିଲେ ତତ୍ ସହ ପାଟଣାଗଡ ରେ ପ୍ରଥମେ ହରିଶଙ୍କର ସମ୍ମିଳନୀ କକ୍ଷରେ ବରିଷ୍ଟ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ ଓ ନୂତନ କରି ହୋଇଥିବା ଡାକ୍ତର ଖାନ। ପରିଶେଷରେ ନୂତନ କରି ନିର୍ମିତ ଡ଼ା ଇଲୋଶିସ ସେଣ୍ଟର ପରିଦର୍ଶନ କରିଥିଲେ ଓ ପରେ ବେଲ ପଡ଼ା ରେ ହେବାକୁ ଥିବା ଅଞ୍ଚଳ ର ବହୁ ପ୍ରତିକ୍ଷୀତ ଅ ପର ଲାନ୍ଥ ପ୍ରକ୍ଳପ ର ଶିଳାନ୍ୟାସ ସ୍ଥାନ ଓ ହେଳିପେକ୍ଟ ର ଓହ୍ଲାଇବା ସ୍ଥାନ ପରିଦର୍ଶନ କରିଥିଲେ। ଏହି ସମୟରେ ବଲାଙ୍ଗୀର ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଡକ୍ତର ବିଜୟାନନ୍ଦ ସେଠୀ ପାଟଣାଗଡ ଉପଜିଲ୍ଲାପାଳ ଅମିତ କୁମାର ନାୟକ ଏସ ଡି ପି ଓ ସଦାନନ୍ଦ ପୂଜାରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ସମେତ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଜଳଯୋଗାଣ ପ୍ରକଳ୍ପ ଅଧିକାରୀ ବିଡିଓ ବେଲ ପଡ଼ା ତହସିଲ ଦାର୍ ଓ ଥାନା ଅଧିକାରୀ ସମେତ ବହୁ ବିଜେପି କର୍ମୀ ମାନେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ ବେଲ ପଡ଼ା ରେ ପ୍ରବଳ ଉସାହ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସୁଥିବାରୁ ସାଧାରଣ ସଭା ରେ 20ହଜାର ରୁ ଉର୍ଦ୍ଧ ଲୋକଙ୍କ ସମାଗମ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷାବ୍ୟବସ୍ଥା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ