ପାଟଣାଗଡରେ ନୂତନ ଆଦର୍ଶ ନିୟନ୍ତ୍ରିତ ଉପ ବଜାର ଓ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ପାଇ ଭିତ୍ତି ପ୍ରସ୍ତର ସ୍ଥାପନ
ପାଟଣାଗଡ,(ୱାଏନଏସ):ପାଟଣାଗଡ ବଲାଙ୍ଗିର ରାସ୍ତାରେ ଥିବା କୁସମକାନି ଠାରେ ଅଞ୍ଚଳର ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପାଞ୍ଚ କୋଟି ଟଙ୍କାର ବ୍ୟୟ ଅଟକଳ ରେ ଏକ ନୂତନ ଆଦର୍ଶ ନିୟନ୍ତ୍ରିତ ଉପ ବଜାର ପ୍ରାଙ୍ଗଣ କେନ୍ଦ୍ର ର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି ପାଟଣାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଉସବରେ
ପାଟଣାଗଡ ନିୟନ୍ତ୍ରିତ ବଜାର କମିଟି ର ଚେୟାରମେନ ତଥା ଉପଜିଲ୍ଲାପାଳ ଅମିତକୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇ ପ୍ରଥମେ ଭିତ୍ତପ୍ରସ୍ତର କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଯୋଗ ଦେଇ ଥିଲେ ଏହି ଅବସରରେ ପାଟଣାଗଡ ବିଡିଓ ସୁମନ କୁମାର ମିଞ୍ଜ ତହସିଦାଲ ରୁଦ୍ର ମୋହନ ନାୟକ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ସହ ନିୟନ୍ତ୍ରିତ ବଜାର କମିଟି ର ସଦସ୍ୟ ସହ ବହୁ ଚାଷୀ ମାନେ ଯୋଗ ଦେଇଥିଲେ।ଏହି ଆଦର୍ଶ ନିୟନ୍ତ୍ରିତ ଉପ ବଜାର ହେବା ଦ୍ଵାରା ଅଞ୍ଚଳର ଚାଷୀ ମାନେ ଉପକୃତ ହେବେ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟ ରଖିଥିଲେ ଓ ଆହୁରି କହିଥିଲେ ଯେ ।ଚାଷୀ ମାନଙ୍କ ବିଭିନ୍ନ ଜିନିଷ ଜାଣିବା ପାଇଁ ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ ଅଫିସ ସହ ପାଟଣାଗଡ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଏକ ଏଲ ଇ ଡି ଲଗାଯାଇ ପ୍ରଚାର ପ୍ରସାର କରାଯାଉଛି ବୋଲି ସିଂ ଦେଓ କହିଥିଲେ। ପୂର୍ବ ସରକାର କୁ ସମାଲୋଚନା କରି କହିଥିଲେ ଯେ ଭୁଲ ନୀତି ଯୋଗୁ ଓଡ଼ିଶାରେ ଆଳୁ ମିଶନ ଫେଲ ମାରିଛି। ରାଜ୍ୟ ସରକାରଙ୍କ ପ୍ରତି ସବ ଡିବିଜନରେ ଶୀତଳ ଭଣ୍ଡାର କରାଯିବ ବୋଲି ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ଉପଖଣ୍ଡର ବହୁ ଚାଷୀ ମାନେ ଯୋଗ ଦେଇଥିଲେ। ପରିଶେଷରେ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ଧନ୍ୟବାଦ ଦେଇଥିଲେ। ସେହିପରି ଧୁବଲ ପଡ଼ା ପଞ୍ଚାୟତ ଅନ୍ତର୍ଗତ ମୁଦ ଘାଟ ରେ କୃଷି ବିଭାଗର ର ଫାର୍ମ ରେ ଏକ ନୂତନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ପାଇ ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି।ଏହି ବିହନ ପ୍ରକ୍ରିୟାକରଣ କେନ୍ଦ୍ର ପାଇ ଦେଢ଼ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି।ଏହା ହେବା ଦ୍ବାରା ଚାଷୀ ମାନେ ଉନ୍ନତ ମାନର ଧାନ ବିହନ ପାଇ ପାରିବେ ବୋଲି ସିଂଦେଓ କହଛନ୍ତି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୃଷି ଅଧିକାରୀ ବାବୁଲି ଚରଣ ସେଠୀ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ପାଟଣାଗଡ ଉପ ଜିଲ୍ଲାପାଳ ଅମିତ୍ କୁମାର ନାୟକ ବିଡ଼ିଓ ସୁମନ କୁମାର ମିଞ୍ଜ ତହସିଲଦାର ରୁଦ୍ର ମୋହନ ନାୟକ କୃଷି ବିଭାଗର ଯୋଜନା ଅଧିକାରୀ ସୁଧାକର ନନ୍ଦ ସୁନନ୍ଦା ସାହୁ କୃଷି ଅଧିକାରୀ ପାଟଣାଗଡ ସନ୍ତୋଷ କୁମାର ମେହେର ମୋହିତ ରଣା ଏସ ସି ଓ ବଲାଙ୍ଗିର ପାଟଣାଗଡ ଯୋଗାଣ ବିଭାଗ ଅଧିକାରୀ ମାୟାଧର ସାହୁ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୂଜାରୀ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ତ୍ୟା ପାଟଣାଗଡ ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ କ୍ଷମାନିଧି ଗଡତ୍ୟ।ସମେତ ବହୁ ଅଧିକାରୀ ମାନେ ଯୋଗ ଦେଇଥିଲେ।