ପାଟଣାଗଡ଼ ଏନଏସି ଇଂଜିନିୟର ଲାଞ୍ଚ ମାମଲା, ଭବାନୀପାଟଣା ବାସଗୃହରେ ଚଢ଼ାଉ
କଳାହାଣ୍ଡି (ୱାଇଏନ୍ଏସ୍): ପାଟଣାଗଡ ଏନଏସି ଇଂଜିନିୟର ଦେବୀ ପ୍ରସାଦ ମିଶ୍ର ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଭିଜିଲାନ୍ସ ଦ୍ୱାରା ଗିରଫ ସଂକ୍ରାନ୍ତରେ ଭବାନୀପାଟଣା ଇରିଗେସନ କଲୋନୀ ଭଡ଼ା ଘରେ କଳାହାଣ୍ଡି ଭିଜିଲାନ୍ସ ଟିମର ଚଢ଼ାଉ। ଭବାନୀପାଟଣା ଇରିଗେସନ କଲୋନୀ ୪ ନମ୍ବର ଲେନ ଭଡ଼ା ଘରେ ତାଙ୍କ ସ୍ତ୍ରୀ ଓ ଝିଅ ରହୁଛନ୍ତି। ଚଢାଉ ବେଳେ ବହୁ କାଗଜପତ୍ର ତଥା ଦୁଇ ଗୋଟି ଦୁଇ ଚକିଆ ଯାନ ଭିଜିଲାନ୍ସ ଟିମ ଠାବ କରିଛି। କିନ୍ତୁ ମୋଟ ସମ୍ପତ୍ତିର ଆକଳନ ଭିଜିଲାନ୍ସ ପକ୍ଷରୁ ଦିଆଯିବ ବୋଲି କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦ ସୁଚନା ଦେଇଛନ୍ତି।