ପାଟନାଳୀ ପୋତି ସେପ୍ଟେଜ ଟ୍ରିଟମେଂଟ ପ୍ଲାଂଟ ନିର୍ମାଣ ଘଟଣା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ୍ୱ ଜଳ ନିଷ୍କାସନ ପାଇଁ ରହି ଆସିଥିବା ପାଟନାଳୀକୁ ପୋତାଯାଇ ତାହା ଉପରେ ବେଆଇନ ଭାବେ କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ସେପ୍ଟେଜ ଟ୍ରିଟମେଂଟ ପ୍ଲାଂଟ ନିର୍ମାଣକୁ ବିରୋଧ କରି ପୈାରାଞ୍ଚଳ ଅନ୍ତର୍ଗତ ଓଡିଶୋ, ଗଉଡଗୋପ, ମହେମୁଦାବାଦ, ନସଡିପୁର, ମେଘବରଡା ପ୍ରଭୃତି ମୈାଜାର ଅଧିବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । କିନ୍ତୁ ଅଦ୍ୟାବଧି ସେହି ସମସ୍ୟାର କୈାଣସି ସମାଧାନ ହୋଇପାରିନାହିଁ । ଫଳରେ ପୈାରାଞ୍ଚଳ ଅନ୍ତର୍ଗତ ମହେମୁଦାବାଦ ବସ୍ତିର ଅଧିବାସୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇ ଆଖିରୁ କେବଳ ପାଣି ଗଡାଉଥିବା ହିଁ ସାର ହୋଇଛି । ଗୋଟିଏ ପଟେ ପୈାର ପରିଷଦ ସ୍ୱାୟତ୍ତ ଶାସନ ଦିବସ ପାଳନ କରୁଥିବା ବେଳେ ଅନ୍ୟ ପକ୍ଷରେ ମହେମୁଦାବାଦ ବସ୍ତିବାସିନ୍ଦା ଘରୁ ରାସ୍ତା ଉପରକୁ ବାହାରି ପାରୁନଥିବା ଘଟଣା ସାଧାରଣରେ ଆଲୋଚ୍ୟର ବିଷୟ ପାଲଟିଛି । ସେହି ବସ୍ତିର ଲୋକମାନେ ନିଜ ଘରୁ ମୁଖ୍ୟ ରାସ୍ତାକୁ ଆସିବାକୁ ହେଲେ ଆଣ୍ଠୁଏ ପାଣିରେ ପଶି ଆସିବାକୁ ବାଧ୍ୟ । ସେହି ବସ୍ତିରେ ଥିବା ଏକ ବିରାଟ କବରସ୍ଥାନ ମଧ୍ୟରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିବା ଦେଖିବାକୁ ମିଳିଛି । ଫଳରେ ମୃତ ବ୍ୟକ୍ତି ବିଶେଷଙ୍କର ଶେଷକୃତ୍ୟ ସମ୍ପନ୍ନରେ ଘୋର ବାଧା ସୃଷ୍ଟି ହେଉଥିବା ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି । ପ୍ରାୟ ବର୍ଷକ ତଳେ ଜିଲ୍ଲା ପ୍ରଶାସନ ପାଟନାଳିରୁ ଜଳ ନିଷ୍କାସନ ପାଇଁ ମହେମୁଦାବାଦ(ମୀରପାଟଣା)ବସ୍ତିର ବାସିନ୍ଦାମାନଙ୍କୁ ପ୍ରତିଶୃତି ଦେଇଥିଲା । କିନ୍ତୁ ପ୍ରଶାସନର ସେହି ପ୍ରତିଶୃତି ଏବେ ପାଣିରେ ଗାର ସଦୃଶ ହୋଇଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି । ସେହି ପାଟନାଳିକୁ ଲାଗି ରହିଥିବା ମହେମୁଦାବାଦ ବସ୍ତିଟି ପ୍ରାୟ ପାଣି ଘେର ଭିତରେ ରହୁଥିବା ଦେଖାଯାଇଛି ।ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ ପୈାର ପରିଷଦ ପକ୍ଷରୁ ନିକଟରେ ୫୬ଟି ପ୍ରକଳ୍ପ ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ଦୀର୍ଘବର୍ଷ ଧରି ରହିଆସିଥିବା ଏ ଅଞ୍ଚଳର ଜଳ ନିଷ୍କାସନ ପାଇଁ କୈାଣସି ଟେଣ୍ଡର ଆହ୍ୱାନ କରାଯାଇନାହିଁ । ଏ ସମ୍ପର୍କରେ ପୂର୍ବରୁ ବାରମ୍ବାର ପୈାର ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରାଯିବା ପରେ ଉପଜିଲ୍ଲାପାଳ, ପୈାର ନିର୍ବାହୀ ଅଧିକାରୀ, ପୈାରଯନ୍ତ୍ରୀ, ପୂର୍ବତନ ନଗରପାଳ ଧିରେନ ସାହୁ, କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ସେହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ସେହି ପ୍ରତିଶୃତିକୁ ପୁରଣ କରିବାରେ ସେମାନେ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଜନସାଧାରଣଙ୍କର ମତାମତ ନିଆନଯାଇ ବେଆଇନ ଭାବେ ସଂପୃକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଥିବା ଯୋଗୁଁ ସେହି ଅଞ୍ଚଳର ବସ୍ତିବାସିନ୍ଦାମାନେ ଗୁରୁତର ଭାବେ ଆର୍ଥିକ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହି ବସ୍ତିର ବାସିନ୍ଦାମାନଙ୍କ ସାମୁହିକ ସ୍ୱାର୍ଥକୁ ଗୁରୁତ୍ୱ ପ୍ରଦାନ କରାଯାଇ ତୁରନ୍ତ ସେହି ସମସ୍ୟାର ସମାଧାନ କରାନଗଲେ ବସ୍ତିବାସିନ୍ଦାମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସେକ ଅନିରୁଲ ଇସଲାମ, ରଶ୍ମୀରଞ୍ଜନ ମହାପାତ୍ର, ସେକ କରିମ, ସେକ ସାହାଜାନ, ରଞ୍ଜନ ପୃଷ୍ଟି, ସେକ ଜସିମ, ଚକ୍ରଧର ବେହେରା, ସେକ ନିଆଜୁଦ୍ଦିନ, ଆଝାରୁଦ୍ଦିନ ଖାନ, ସେକ ଲାଲାବାବୁ, ସେକ ଅଜମେର, ସେକ ସୁଜାରୁଦ୍ଦିନ, ସେକ ଅରବାଜ ନାଜି, ସେକ ସାହିଲ, କପିଲ ଖାନ, ଅବଦୁଲ ରହେମାନ, ସେକ କାସିମ, ମୀର ସମସେର ଅଲ୍ଲୀ ପ୍ରମୁଖ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ