ପାଟପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୁଆ-ଓ କାର୍ଯ୍ୟକ୍ରମ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଯୁକ୍ତ ଦୁଇ ବିଭାଗର ସାମାଜିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ପାଞ୍ଚ ଦିନିକିଆ କାର୍ଯ୍ୟକ୍ରମର ଉଦଯାପନ ସମାରୋହର ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ପରିଚାଳନା କମିଟି ସଭାପତି ଡ. ପ୍ରଦୀପ କୁମାର ବ୍ରହ୍ମା ଯୋଗଦେଇ ନିଜ ର ଉପାଦେୟ ବକ୍ତବ୍ୟ ରଖିଥିଲେ । ରାଜ୍ୟ ସରକାରଙ୍କ ଯୁବ ବିକାଶ କାର୍ଯ୍ୟକ୍ରମ ନୁଆ-ଓ ର ନୋଡାଲ ଅଧିକାରୀ ତଥା ଗଣିତ ବିଭାଗ ମୁଖ୍ୟ ସଭା ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଦେଷ୍ଣା ଚୌଧୁରୀ ଏବଂ ଅତିଥି ସମୂହ ସାମାଜିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବିଜେତା ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଏବଂ ମାନପତ୍ର ବିତରଣ କରିଥିଲେ । କାର୍ଯ୍ୟକ୍ରମାକୁ ମହାବିଦ୍ୟାଳୟର ସାମାଜିକ ସମିତି ସଦସ୍ୟ ଶ୍ରୀମତୀ ସୁଧାଂଶୁ ମୁଖୀ ପାଢ଼ୀ, ତ୍ରିଲୋଚନ ଦାସ ଏବଂ କେଶବ ହାଁସଦା ପ୍ରମୁଖ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ଵାଇଁ, ସୁରେନ୍ଦ୍ର ଶବର, ପ୍ରଫୁଲ୍ଲ ମହାରଣା, ଶ୍ରୀଜୟ ସାହୁ, ଅଧ୍ୟାପିକା ଡ. ଶାରଦା, ଚନ୍ଦ୍ରମା ପ୍ରଧାନ, ପଦ୍ମାବତୀ ମହାରଣା, ଆଟେଣ୍ଡାଟ୍ ଶ୍ରୀକାନ୍ତ ସାହୁଙ୍କ ସହ ଧନେଶ୍ୱର ଡାକୁଆ, ଜଗତ ସାହୁ, ଜ୍ୟୋତି ମହାନ୍ତି ପ୍ରମୁଖଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।


