ପାଟପୁର କଲେଜରେ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନା ଚକ୍ର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ବସରାୟ ମହାବିଦ୍ୟାଳୟ ପରିସରରେ ଉଦ୍ଭିଦ ବିଜ୍ଞାନ ପକ୍ଷରୁ ଏକ ଆଲୋଚନା ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ . ସୁଦେଷ୍ଣା ଚୌଧୁରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟ୍ରାନ୍ସପେରେସନ ଏଜ୍ ନେସେସେରୀ ଏଭିଲ୍ ବିଷୟ ବସ୍ତୁ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବିଭାଗୀୟ ମୁଖ୍ୟ ଗୋପୀନାଥ ଦାଶ ପ୍ଲାଣ୍ଟ ଫିଜିଓଲୋଜି ଉପରେ ଆଲୋଚନା କରିଥିଲେ । ସେହିପରି ରସାୟନ ବିଜ୍ଞାନ ଅଧ୍ୟାପକ ଡ଼ କୈଳାସ ଚନ୍ଦ୍ର ସ୍ବାଇଁ ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ ଗଢିବା ଦିଗରେ ପ୍ରେରଣା ଦେଇଥିଲେ । ଛାତ୍ରଛାତ୍ରୀ ମାନେ ପ୍ରକଳ୍ପ ମାଧ୍ୟମରେ ସେମାନଙ୍କ ମନ୍ତବ୍ୟ ଉପସ୍ଥାପନା କରିଥିଲେ । ଅଧ୍ୟାପକ ସୂର୍ଯ୍ୟ ନାରାୟଣ ସାହୁ , ଅଧ୍ୟାପିକା ସରସ୍ଵତୀ ପଣ୍ଡା , ପ୍ରିୟଦର୍ଶିନୀ ସାସମଲ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ରହିଥିବା ବେଳେ ସଂପାଦକ ଆଲୋକ ସ୍ବାଇଁ , ଦିପ୍ତୀମୟୀ ବିଷୋୟୀ , ସୁରଜ୍ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ