ପାଟପୁର କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯକ୍ରମ ଉଦଘାଟିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) ସୁସ୍ଥ ବିକଶିତ ସମାଜ ଗଠନରେ ପାଇଁ ଯୁବ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଯୁବ ଛାତ୍ର ମାନେ ସାମାଜିକ ପ୍ରତିବଦ୍ଧତା ପ୍ରତିପାଦିତ କରିବା ସହ କ୍ରୀଡ଼ା ସଂସ୍କୃତି ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉତ୍ତରଦାୟୀ ଭୂମିକା ନିର୍ବାହ କରିବା ଆବଶ୍ୟକତାବୋଲି ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟନୀ ଉତ୍ସବରେ ମତପ୍ରକାଶ ପାଇଛି। ଅଧ୍ୟକ୍ଷା ଡ଼ ସୁଦେଷ୍ଣା ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବକୁ କଲେଜ ପରିଚାଳନା ସଭାପତି ଡ଼ ପ୍ରଦୀପକୁମାର ବ୍ରହ୍ମା ଉଦଘାଟନ କରିଥିଲେ। ନୋଡ଼ାଲ ଅଫିସର ତଥା ରସାୟନ ବିଭାଗ ଅଧ୍ୟାପକ ଡ଼ କୈଳାସ ଚନ୍ଦ୍ର ସ୍ୱାଇଁ ଅର୍ଥନୀତି ଅଧ୍ୟାପକ ଡ଼ ସୁବାସ ମହାପାତ୍ର ଇଂରାଜି ଅଧ୍ୟାପକ ଡ଼ ପ୍ରଫୁଲ୍ଲ କୁମାର ମହାରଣା ଅଧ୍ୟାପକ ପ୍ରଦୀପ କୁମାର ବୈଠାରୁ ଶ୍ରୀଜୟକୁମାର ସାହୁ ତ୍ରିଲୋଚନ ନାୟକ ସୁରେନ୍ଦ୍ର ଶବର କେଶବ ହାଁସଦା ଅଧ୍ୟାପିକା ସୁଧାଂଶୁମୁଖୀ ପାଢ଼ୀ ଏସ୍ ଶାରଦା ପିଙ୍କି ଓରାମ୍ ପ୍ରମୁଖ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଥିବା ବେଳେଛାତ୍ର ଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ସଂସ୍କୃତି ସାମାଜିକ ବିଷୟବସ୍ତୁକୁ ନେଇ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କତୃପକ୍ଷ ପ୍ରକାଶ କରିଥିବା ଜଣାପଡ଼ିଛି।