ପାଟପୁର ଡିଗ୍ରୀ କଲେଜରେ କ୍ରୀଡ଼ା କାର୍ଯ୍ୟକ୍ରମର ଉଦ୍ଜାପନି ଉତ୍ସବ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂଆଁ-ଓଡ଼ିଶା ପରିକଳ୍ପନା ଅଧିନସ୍ଥ ଡିଗ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଗତ ୧୩ ତାରିଖରୁ ଚାଲୁରହିଥିବା କ୍ରିଡ଼ା କାର୍ଯ୍ୟକ୍ରମର ଉଦ୍ଜାପନି ଉତ୍ସବ ମହାବିଦ୍ୟାଳୟ ପରିସର ମଧ୍ୟରେ ବହୁ ଆଡ଼ମ୍ବରର ସହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ତଥା କ୍ରୀଡ଼ା ପରିଷଦର ସମ୍ପାଦକ ପ୍ରଫେସର ଗଣେଶ ସେଠୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ରୂପେ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ଼. ପ୍ରଦୀପ କୁମାର ବ୍ରହ୍ମା ଯୋଗଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଦେଷ୍ଣା କୁମାରୀ ଚୈଧୁରୀ ଏବଂ ଡ଼ିଗ୍ରୀ ବିଭାଗର ନୂଆଁ-ଓଡ଼ିଶା ନୋଡାଲ ଅଫିସର ଡ. କୈଳାଶ ଚନ୍ଦ୍ର ସ୍ବାଇଁ ଯୋଗଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମ ରେ ଡ଼. ସ୍ବାଇଁ ଛାତ୍ରଛାତ୍ରୀ ମାନଙ୍କୁ ନୈତିକ ଶିକ୍ଷା ଉପରେ ବହୁତ କିଛି ଉପଦେଶ ଦେଇଥିଲେ। ମୂଖ୍ୟ ଅତିଥି ପ୍ରଫେସର ସେଠୀ ଖେଳ ର ସଂଜ୍ଞା ଏବଂ ଖେଳାଳିଙ୍କ ଚରିତ୍ର କିଭଳି ହେବା ଉଚିତ ତାହା ଉପରେ ଆଲୋକପାତ କରିଥିଲେ। ସଭାର ସମ୍ମାନିତ ଅତିଥି ଡ଼. ବ୍ରହ୍ମା ପିଲାଙ୍କୁ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ଏବଂ ଅଧ୍ୟକ୍ଷା ଡ. ଚୈଧୁରୀ ବିବେକାନନ୍ଦଙ୍କ ବାଣି ଉପସ୍ଥାପନ କରି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଉକ୍ତ ଉତ୍ସବକୁ ଆୟୋଜନ କରିବାରେ କ୍ରୀଡ଼ା ସମିତିର ସଦସ୍ୟ ଅଧ୍ୟାପକ ଶ୍ରୀଜୟ କୁମାର ସାହୁ, କେଶବ ହାଁସଦା, ଡେମୋଷ୍ଟ୍ରେଟର ଅଶ୍ବିନୀ କୁମାର ମିଶ୍ର ସହଯୋଗ କରିବା ସହ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ଅଧ୍ୟାପକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ସୁରେନ୍ଦ୍ର ସବର ସଙ୍ଗୀତ ପରିବେଷଣ କରିବା ସହ ଛାତ୍ରୀ ସିଲୀ କୁମାରୀ ସାହୁ ଓଡିଶି ନୃତ୍ୟ ପରିବେଷଣ କରି ଛାତ୍ରଛାତ୍ରୀ ଏବଂ ଅତିଥିଙ୍କ ମନମୁଗ୍ଧ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ତ୍ରିଲୋଚନ ଦାଶ, ଶ୍ରୀଧର ତ୍ରିପାଠୀ, ତ୍ରିଲୋଚନ ନାୟକ, ପ୍ରଦୀପ କୁମାର ବୈଥାରୁ, ସିଲୁ, ଅଧ୍ୟାପିକା ସୁଧାଂଶୁ ମୂଖି ପାଢ଼ୀ, ଡ଼. ସାରଦା, ପିଙ୍କି ଓରାମ, ସରସ୍ବତୀ ପଣ୍ଡା, ବୁଜି ରେଡ୍ଡୀ, ହରପ୍ରିୟା ମିଶ୍ର, ଚନ୍ଦ୍ରମା ପ୍ରଧାନ, କ୍ରୀଡା ଶିକ୍ଷକ ଲକ୍ଷ୍ମଣ ସାହୁ, ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ସିଦ୍ଧାର୍ଥ ଶଙ୍କର ପାଣିଗ୍ରାହୀ, ରାଜା ସିଂ, ଶ୍ରୀକାନ୍ତ ସାହୁ, ଗଗନ ବରାଡ, ବାସୁଦେବ ପାଢ଼ୀ ଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ବହୁସଂଖ୍ୟାକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ