ପାଟପୁର ଥାନାରେ ଡି ଆଇ ଜି ଙ୍କ ସମୀକ୍ଷା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ଆଜି (ଡିଆଇଜି)ଦକ୍ଷିଣାଞ୍ଚଳ ଆରକ୍ଷୀ ଅଧିକ୍ଷକ ଜୟନାରାୟଣ ପଙ୍କଜ ପାଟପୁର ଥାନା ଗ୍ରସ୍ତ କରି ଅଞ୍ଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଙ୍କ ଆଲୋଚନା କରିଥିବା ଜଣାପଡ଼ିଛି।ପାଟପୁର ଥାନା ରେ ଦାୟାର ହୋଇଥିବା ବିଭିନ୍ନ କ୍ଷେତ୍ରରେ ରୁଜୁ ମାମଲା ଉପରେ ଅନୁଧ୍ୟାନ କରିଥିଲେ।ନୂତନ ଭାବେ ଦାୟୀତ୍ଵ ଗ୍ରହଣ କରିବା ପରେ ଡିଆଇଜି ଙ୍କ ପାଟପୁର ଥାନା ପରିଦର୍ଶନ କରିବା ଗୁରୁତ୍ବ ବହନ କରୁଛି। ପାଟପୁର ଥାନାରେ ମଧ୍ୟାହ୍ନ ରେ ପହଞ୍ଚି ପ୍ରଥମେ ଥାନା ପରିସର ପରିବେଶ ପରିସ୍କାର ପରିଚ୍ଛନ୍ନ ବୁଲି ଦେଖିଥିଲେ ପରେ ପୋଲିସ କର୍ମଚାରୀ ରହୁଥିବା ବେରେକ୍ ,ରୋଷେଇ ଘର ,ମାଲ ଖାନା ପରିଦର୍ଶନ କରିଥିଲେ।ଆଗାମୀ ସାଧାରଣ ନିର୍ବାଚନ କୁ ନେଇ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ,ପୋଲିସ ପେଟ୍ରୋଲିଙ୍ଗ କୁ ଗୁରୁତ୍ବ ଦେବା ପାଇଁ ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ କୁ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ