“ପାଟପୁର ଥାନା ଆଇଆଇସି ଙ୍କ ସମେତ ଚାରିଜଣ କୋଭିଡ଼ ସଂକ୍ରମିତ”

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :କରୋନା ର ରୂପାନ୍ତରିତ ଭାଇରସ ଓମିକ୍ରିନ ପୁଣି ଦେଶ ରେ କାୟା ମେଲାଉଥିବା ବେଳେ ଏବେ ଗ୍ରାମାଞ୍ଚଳ କୁମାଡ଼ିଆସିଲାଣି । ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆଇଆଇସି ସବ୍ୟସାଚି ମଲ୍ଲ ଙ୍କ ସହିତ ତିନିଜଣ ପୋଲିସ ଅଫିସର ସଂକ୍ରମିତ ହୋଇଥିବା ବିଶ୍ୱସ୍ତସୂତ୍ର ରୁ ଖବର ମିଳିଛି । ଗତ କିଛି ଦିନ ହେବ ଆଇଆଇସି ଙ୍କ ଥଣ୍ଡା ସହ ଜ୍ୱର ଲକ୍ଷଣ କୁ ଦେଖି କୋଭିଡ଼ ପରୀକ୍ଷା ପାଇଁ ଦିଆଯାଇଥିବା ର ସୂଚନା ସାନଖେମୁଣ୍ଡି ବିପିଏମ ଦିଲ୍ଲୀପ ବେହେରା ଙ୍କ ଠାରୁ ମିଳିଛି । ଏ ନେଇ ପାଟପୁର ଥାନା ଆଇଆଇସି ଙ୍କୁ ଯୋଗାଯୋଗ ଫୋନ୍ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ଆଡପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ବାହନ ଦାସ ଙ୍କୁ ପଚାରିବାରୁ ସେ କହିଲେ ଥାନା ଅଧିକାରୀ ଙ୍କ ସହ ତିନି ଜଣଙ୍କ କୋରୋ ନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ