ପାଟପୁର ଥାନା ଆମ ପୋଲିସ ସମିତିର ରକ୍ତ ସଂଗ୍ରହରେ ରେକର୍ଡ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପରିସର ରେ ଆମ ପୋଲିସ ସମିତି ପକ୍ଷରୁ ଶୁକ୍ରବାର ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତ ଦାନ ଶିବିର ଉଦ୍ଘାଟନ କରିଥିଲେ।ରକ୍ତ ଦାତା ଙ୍କୁ ଧନ୍ୟବାଦ ଜଣାଇଥିଲେ। ଯେପରି ଜିଲ୍ଲାର ରକ୍ତ ଭଣ୍ଡାରରେ ରକ୍ତ ର ଅଭାବ ରହିବ ନାହିଁ ଓ ରକ୍ତ ର ଅଭାବକୁ ପୂରଣ କରିବା ସକାଶେ ଓଡ଼ିଶା ପୋଲିସ ତାର ଚେଷ୍ଟା ଜାରୀ ରଖିବାକୁ ଆରକ୍ଷୀ ଅଧିକ୍ଷକ କହିଛନ୍ତି। ଏହି ରକ୍ତ ଦାନ ଶିବିର ରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୂର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ସାନଖେମୁଣ୍ଡି ବ୍ଲକ ଅଧକ୍ଷ ସିମାଞ୍ଚଳ ପାତ୍ର, ବ୍ଲକ ଉପାଧ୍ୟକ୍ଷ ରିଙ୍କି ନାୟକ, ସୋରଡ଼ା ଥାନା ଅଧିକାରୀ ରାମେଶ କୁମାର ପ୍ରଧାନ, ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, କାଟିନଡା ଥାନା ଅଧିକାରୀ କ୍ରିଷ୍ଣା ସାହା,ବଡ଼ଗଡ଼ ଥାନା ଅଧିକାରୀ ସୁରଜ କୁମାର ଝଙ୍କାର, ଧରାକୋଟ ଥାନା ଅଧିକାରୀ ମମତା ସାମନ୍ତରାୟ, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ , ପାଟପୁର ଥାନା ଆମ ପୋଲିସ ସମିତି ଉପଦେଷ୍ଟା ତଥା ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ଡ଼ା କୈଳାସଚନ୍ଦ୍ର ସ୍ବାଇଁ , ଜିଲ୍ଲାପରିଷଦ ସଭ୍ୟ ବିଜୟକୁମାର ପ୍ରଧାନ, ସୁଲତାରାଣୀସ୍ବାଇଁ,ଅମିନ ପ୍ରଧାନ, ମାମାନୀ ପାତ୍ର, ସନ୍ତୋଷ କୁମାର ବିଷୋୟୀ,କୈଳାସ ପାତ୍ର ଏ ରକ୍ତ ଦାନ ଶିବିର ରେ ଯୋଗ ଦେଇ ୨୬ ଗୋଟିପଞ୍ଚାୟତ ରୁ ଆସିଥିବା ରକ୍ତ ଦାତାଙ୍କୁ ଉଚ୍ଛାହିତ କରିଥିଲେ।ଏବଂ ବିଭିନ୍ନ ପଞ୍ଚାୟତରେସରପଞ୍ଚ ସମିତି ସଭ୍ୟ/ସଭ୍ୟା ଙ୍କ ସମେତ ଯୁବ ଗୋଷ୍ଠୀ ରକ୍ତ ଦାନ ଶିବିର ରେ ରକ୍ତ ଦାନ କରିଥିଲେ । ଏହି ରକ୍ତ ଦାନ ଶିବିର ରେ ମୋଟ ୪୦୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ଏଭଳି କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସି ବୁଦ୍ଧିଜୀବି ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିବା ଶୁଣିବାକୁ ମିଳିଛି। ପାଟପୁର ଥାନା ଅଧୀନରେ ଥିବା ଅଞ୍ଚଳ ବାସି ନିର୍ବାଚିତ ପ୍ରତିନିଧି ସହଯୋଗ କରିଥିବାରୁ ସମସ୍ତଙ୍କୁ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସାଧୁବାଦ ଜଣାଇଛନ୍ତି।ବ୍ରହ୍ମପୁର ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ ପାଇଁ ପ୍ରଦୀପ କୁମାର ସୁବୁଦ୍ଧି,ଲୋପାମୁଦ୍ରା ପାଢ଼ୀ, ଦେବାଶିଷ ପଣ୍ଡା,ରାମହରି ପଣ୍ଡା, ଶୁଶାନ୍ତ କୁମାର ପଣ୍ଡା, ଚିନ୍ମୟ ବେହେରା ଡି କେ ରେଡ୍ଡୀ ମିଳିତ ଭାବେ ଯୋଗଦେଇ ରକ୍ତ। ସଂଗ୍ରହ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ