ପାଟପୁର ଥାନା ପକ୍ଷରୁ ସାଇବର୍ କ୍ରାଇମ୍ ସୁରକ୍ଷା ସଚେତନତା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାମ୍ପ୍ରତିକ ପରିସ୍ଥିତିରେ ଦେଶର ଯୁବ ପିଢିଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ,ବରିଷ୍ଠ ନାଗରିକ ସାଇବର୍ ଅପରାଧର ଶିକାର ହୋଇ ଅର୍ଥ ଏବଂ ସମ୍ମାନ ହରାଇବା ସହିତ ବେଳେ ବେଳେ ସାଇବର୍ ଅପରାଧୀଙ୍କ ଚକ୍ରାନ୍ତରେ ଅତିଷ୍ଠ ହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ମଧ୍ଯ ଗ୍ରହଣ କରିବାକୁ ପଛାଉ ନଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସାଇବର୍ ଅପରାଧର ଅଧିକ ଶିକାର ହେଉଛନ୍ତି ଅଳ୍ପ ସମୟ ମଧ୍ୟରେ ଧନୀ ହୋଇଯିବାର ସ୍ଵପ୍ନ ଦେଖୁଥିବା ଯୁବଗୋଷ୍ଠୀ ଏବଂ ଅନ୍ ଲାଇନ୍ ମାଧ୍ୟମରେ ଗେଇମ ଖେଳୁଥିବା ପ୍ରେମିକ ପ୍ରେମିକା I ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ସାଇବର୍ ଅପରାଧ ସମ୍ପର୍କରେ ସଚେତନ ହେବା ଜରୁରୀ ହୋଇପଡ଼ିଛି I ଏହାକୁ ଦୃଷ୍ଟିରେ ରଖି ରଖି ଓଡ଼ିଶା ପୋଲିସ ପକ୍ଷରୁ ସାଇବର୍ ସୁରକ୍ଷା ଅଭିଯାନ କରି ସାଇବର୍ ରଥ ସାହାଯ୍ୟରେ ଜନସାଧାରଣଙ୍କୁ ସଚେତନତା କରାଯାଉଥିବା ବେଳେ ଆଜି ଏହି ରଥକୁ ପାଟପୁର ଥାନା ପୋଲିସ ବ୍ୟାଙ୍କ୍ କର୍ମଚାରୀ, ଶିକ୍ଷା ବିଭାଗୀୟ ଅଧିକାରୀ ବିଦ୍ୟାଳୟ କଲେଜ ଛାତ୍ର ଛାତ୍ରୀ ଏବଂବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ ତଥା ବ୍ୟକ୍ତିବିଶେଷଙ୍କ ଦ୍ବାରା ସ୍ୱାଗତ କରାଯାଇଛି । ଆଜି ଏହି ରଥ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହାକୁ ଭବ୍ଯ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଷ୍ଟାଡିୟମ୍ ପରିସରରେ ଏକ ସାଇବର୍ ଅପରାଧ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା I ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ପୃଷ୍ଟି ଯୋଗ ଦେଇ ସାଇବର୍ ଅପରାଧରୁ ରକ୍ଷା ପାଇବାକୁ ହେଲେ କୌଣସି ଅଜଣା ଫୋନ୍ କଲ୍ ପାଇଲା ପରେ ଓଟିପି ନ ଦେବା,ଅନ୍ ଲାଇନ୍ ରେ ଲୋଭର ବଶବର୍ତ୍ତୀ ନ ହୋଇ କୌଣସି ପ୍ରକାରର ବ୍ୟକ୍ତିଗତ ତଥ୍ୟ ନ ଦେବା ଏବଂ କୌଣସି ପ୍ରକାରର ତଦନ୍ତ ନ କରି ଅଜଣା ସଂସ୍ଥାରେ ଅର୍ଥ ନ ଲଗାଇବା ସହିତ ଅନ୍ ଲାଇନ୍ ଲଟେରୀ,ଗେମ୍ ଉପରେ ବିଶ୍ୱାସ ନ କରିବା ପାଇଁ ସଚେତନତା କରାଇଥିଲେ । କୌଣସ ବ୍ୟକ୍ତି ସହିତ ଏପରି ଘଟଣା ଘଟିଲେ ତୁରନ୍ତ ଥାନାରେ ଜଣାଇବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଆସିକାଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ସିଂ,ସାନଖେମୁଣ୍ଡି ତହସିଲଦାର ଡଃ ଶ୍ରୀନିବାସ ବେହେରା,କଲେଜ ଅଧ୍ୟକ୍ଷା ସୁଦଷ୍ଟା କୁମାରୀ ଚୌଧୁରୀ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ କୈଳାଶ ଚନ୍ଦ୍ର ସ୍ବାଇଁ କଙ୍କୋରଡା କଲେଜ ଅଧ୍ୟାପକ ଶୁଶାନ୍ତ କୁମାର ପଣ୍ଡା ବୀଣାପାଣି ନର୍ସରୀ ସ୍କୁଲ ପରିଚାଳକ ଦୁର୍ଗାପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସେଠାରେ ଗଞ୍ଜାମ ସାଇବର୍ ଅପରାଧ ସମ୍ପର୍କରେ ଏକ ସଚେତନ ଧର୍ମୀ ବୃତ୍ତ ଚିତ୍ର ପ୍ରଦର୍ଶିତ ହୋଇଥିଲା । ସାଇବର୍ ଏକ୍ସପର୍ଟ ଅକ୍ଷୟ କୁମାର ଜେନା ସାଇବର ର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ସାଇବର୍ ଅପରାଧ ଉପରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ ହୋଇଛନ୍ତି ।ସମସ୍ତ କାର୍ଯ୍ୟକ୍ରମକୁ ପାଟପୁର ଥାନାର ସମସ୍ତ ପୋଲିସ୍ କର୍ମଚାରୀ ସହଯୋଗ କରିଥିଲେ I ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ଯୋଗୁଁ ଧନ୍ୟବାଦ ଜ୍ଞାପନ କରିଥିଲେ I