ପାଟପୁର ଥାନା ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

ପାଟପୁର, (ପଦ୍ମଲୋଚନ ମିଶ୍ର):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଭିତରେ ଜଣେ ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଛି । ଗିରଫ ପରେ ଥାନା ଲାଟିନ ଭିତରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି । ଅଭିଯୁକ୍ତ ଜଣଙ୍କ କବିସୁର୍ଯ୍ୟନଗର ଅଞ୍ଚଳର ପ୍ରମୋଦ ଦଳାଇ , ଏକ ହତ୍ୟା ଘଟଣାରେ ଗିରଫ କରାଯାଇଉଥିଲା । ଗତ ୨୩ ତାରିଖ ରେ ହିଞ୍ଜିଳି ଥାନା ଅଞ୍ଚଳର ବିଭୁପ୍ରସାଦ ଦାସ ଙ୍କୁ ତପ୍ତପାଣି ଜଙ୍ଗଲ ରେ ଗଞ୍ଜେଇ ବ୍ୟବସାୟ କୁ କେନ୍ଦ୍ର କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ପୂର୍ବ ରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତକାଲି ରାତିରେ କବିସୁର୍ଯ୍ୟନଗର ପୋଲିସ ସେହି ଘଟଣାରେ ପ୍ରମୋଦ କୁ ଉଠାଇନେଇଥିବା ବେଳେ ଆଜି ସକାଳେ ଥାନାରେ ଲାଟିନ ଯିବା କୁ କହି ଭିତରେ ଫିନାଇଲ ପିଇ ଦେଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ନିକଟସ୍ତ ଆଡପଡା ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ଭର୍ତିକରି ଚିକିତ୍ସା କରାଯାଇଥିଲା ଓ ପରେ ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ