ପାଟପୁର ପୋଲିସ ପକ୍ଷରୁ ଗଞ୍ଜେଇ ସହ କାର ଜବତ; ୨ ଅଭିଯୁକ୍ତ ଗଲେ ଜେଲ୍
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଗଞ୍ଜେଇ ବୋଝେଇ କାର ଜବତ କରିଛନ୍ତି । ପୋଲିସ ଟିମ୍ ପୋଡ଼ାମାରି ଅଞ୍ଚଳରେ ରାତ୍ରୀକାଳୀନ ପାଟ୍ରୋଲିଂ ସାରି ଥାନାକୁ ଫେରୁଥିବା ବେଳେ ବ୍ରହ୍ମପୁର – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ଦଶେଇପୁର ଗ୍ରାମ ଛକ ମୁଖ୍ୟରାସ୍ତା ରେ ଦୃତଗତି ରେ ଆସୁଥିବା କାର ନଂ. ( ଓ ଆର୍ ୦୭ ଏମ୍ – ୨୦୩୭) କୁ ଅଟକାଇ ଖାନତଲାସ କରିବାରେ ସେଥିରେ ୪ ଟି ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ୨ ଜଣ ଅଭିଯୁକ୍ତ ଙ୍କୁ ଥାନା କୁ ଆଣି ପଚରାଉଚୁରା କରିଥିଲେ । ଅଭିଯୁକ୍ତ ଦ୍ୱୟ ହେଲେ ହେଲେ ଗଜପତି ଜିଲା ଅଡ଼ବା ଥାନା ଖ୍ରୀଷ୍ଟିଆନ ସାହିର ଯୋସେଫ ବୀର ଓ ଅନ୍ୟଜଣକ ହେଲେ ରାୟଗଡ଼ା ଜିଲା ପଦ୍ମପୁର ଥାନା ଅଞ୍ଚଳର ଜଣେ ନାବାଳକ । ସାନଖେମୁଣ୍ଡି ତହସିଲଦାର ତଥା ଏକ ଜି କ୍ୟୁଟିଭ ମାଜିଷ୍ଟ୍ରେଟ ଶ୍ରୀନିବାସ ବେହେରା ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ କୁ ଓଜନ କରାଯିବା ପରେ ଉକ୍ତ ଗଞ୍ଜେଇ ର ଓଜନ ୧୦୪ କେ . ଜି ୨ ଶହ ଗ୍ରାମ ହୋଇଥିବା ଜଣାପଡିଛି ।ଏନେଇ ପାଟପୁର ଥାନା ମାମଲା( ନଂ. ୨୭୬/୨୦) ଦଫା – ଏନ୍ ଡି ପି ଏସ ଆକ୍ଟ ଅନୁଯାୟୀ ଅଭିଯୁକ୍ତ ଦ୍ୱୟ ଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଯୋସେଫ ଙ୍କୁ ବ୍ରହ୍ମପୁର ସ୍ଥିତ ଜିଲାଦୌରା ଜଜ କୋର୍ଟ କୁ ଚାଲାଣ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ନାବାଳକ ଙ୍କୁ ବ୍ରହ୍ମପୁର ଯୁଭେନାଇଲ ଜଷ୍ଟିସ ବୋର୍ଡ଼ ରେ ହାଜର କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ନାବାଳକ ଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଯୋସେଫ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।