ପାଟପୁର ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆଗାମୀ ସାଧାରଣ ନିର୍ବାଚନ ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଦେଶର ନିର୍ବାଚନ କମିଶନର ବିଜ୍ଞପ୍ତି ଜାରି କରିଛନ୍ତି ।ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମେ ୧୩ ଓ ୨୦ତାରିଖ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ବିଜ୍ଞପ୍ତି ଘୋଷଣା ପରେ ନିର୍ବାଚନ ଆଚରଣ ବିଧି ମାର୍ଚ୍ଚ ୧୬ତାରିଖରୁ ଲାଗୁ ହୋଇଛି।ଏହି ନିର୍ବାଚନରେ କିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା, କୌଣସି ଅପରାଧିକ କାର୍ଯ୍ୟ କଳାପ ଠାରୁ ଦୂରେଇ ରହିବା ଓ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ପୁଲିସକୁ ସୂଚନା ଦେବା ସମ୍ପର୍କରେ ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅପରାହ୍ନରେ ପାଟପୁର ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଙ୍କ ନେତୃତ୍ବ ରେ ପାଟପୁର ଥାନା ଅର୍ନ୍ତଗତ ଖଲିଙ୍ଗି ମୁଖ୍ୟ ଛକ ରାସ୍ତା ଠାରୁ ବସଷ୍ଟାଣ୍ଡ , ବ୍ରାହ୍ମଣ ସାହି ,ବଜାର ଛକ ଆଡପଡ଼ା ଖଲିଙ୍ଗି ଛକ ପୁରା ଗ୍ରାମ ଏବଂ ଏରେଣ୍ଡା ପଞ୍ଚାୟତ ର ମୂଖ୍ୟ ରାସ୍ତା ଦେଇ ଛକ ନିକଟବସ ଷ୍ଟାଣ୍ଡ ଦଠାରେ ଶେଷ ହୋଇଥିଲା। ଆଦର୍ଶ ଆଚରଣ ବିଦ୍ଧି ଲାଗୁହେବା ପରେ ଜନସାଧାରଣ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳା ,ଅବାଧ ନିରପେକ୍ଷ ରେ ପରିଚାଳନା ହେବା ଜନସାଧାରଣ ନିର୍ଭୟରେ ନିଜର ମତସାବ୍ୟସ୍ତ କରିବା ସହ ନିର୍ଭୟରେ ପୋଲିସ କୁ ସହଯୋଗ ଏନେଇ ପୋଲିସ ର ଫ୍ଲାଗମାର୍ଚ୍ଚ ମାଧ୍ୟମରେ ସଚେତନତା କରାଇଥିବା ଦେଖିବାକୁ ମିଳିଛି ଏହା ସହ ପୋଲିସ ପକ୍ଷରୁ ଅଞ୍ଚଳ ର ପ୍ରତ୍ୟେକ ସ୍ଥାନରେ ଚେକିଂ କଡାକଡି କରାଯାଇ ଅପରାଧୀ,ଚୋରି ଡକାୟତି ଙ୍କ ଗତିବିଧି ସମ୍ପର୍କରେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ଦୁଇ ଜଣ ଏସଆଇ ଶ୍ରୀନିବାସ ଦାସ, ପଦ୍ମନାଭ ସାହୁ,ଚାରିଜଣ ଏଏସଆଇ ସନ୍ତୋଷ କୁମାରମିଶ୍ର,ସୁଧୀରନାୟକ ,ରମାକନ୍ତ ଶବର,ପରମେଶ୍ବର ମଲ୍ଲିକ ଙ୍କ ସହପାଟପୂର୍ ପୋଲିସ କର୍ମଚାରୀ ଏବଂ ଏକ ପ୍ଲାଟୁନ ଫୋର୍ସ ଫ୍ଲାଗ୍ ମାର୍ଚ୍ଚ କରିଥିବା ବେଳେ ପୋଲିସ ର ଏଭଳି କାର୍ଯ୍ୟକୁ ଜନସାଧାରଣ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ