ପାଟପୁର ପୋଲିସ ପକ୍ଷରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ବେଆଇନ ବାଣ ଜବତ ୪ ଗିରଫ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ପୋଲିସ ପକ୍ଷରୁ ବୁଧବାର ପୋଡାମାରୀ ଓ ଡେଙ୍ଗାଓସ୍ତା ଗ୍ରାମରେ ରହିଥିବା ବେଆଇନ ବାଣ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ପୋଲିସ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ କରିଥିବା ବେଳେ ୪ ଜଣକୁ ଗିରଫ କରିଥିବା ସୂଚନା ମିଳିଛି।ଗିରଫ ବ୍ୟକ୍ତିମାନେ ହେଲେ ପ୍ରଶାନ୍ତ କୁମାର ସୁବୁଦ୍ଧି , ଏ . ସିମାଞ୍ଚଳ ପାତ୍ର , ସନ୍ତୋଷ କୁମାର ପାଢ଼ୀ ଏବଂ ୟୁ . ଭଗବାନ ପାତ୍ର ବୋଲି ଜଣାପଡିଛି । ଖବର ପ୍ରକାରେ ଆସନ୍ତା ୨୪ ତାରିଖରେ ଦିପାବଳୀ ରହିଥିବା ବେଳେ ବେଆଇନ ଭାବେ ବାଣକୁ ଲୁଚାଛପା ସହ ଚଢାଦରରେ ବିକ୍ରୀ କରୁଥିବା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ସ୍ଥାନୀୟ ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଉକ୍ତ ଗ୍ରାମର ବିଭିନ୍ନ ଦୋକାନ ଗୃହରେ ଚଢାଉ କରି ବାଣ ଜବତ କରିଛି । ଏନେଇ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ