ପାଟପୁର ପୋଲିସ ପକ୍ଷରୁ ୪୧୭ କେଜି ଗଞ୍ଜେଇ ଜବତ ୩ ଗିରଫ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ପୋଲିସ ପକ୍ଷରୁ ମଙ୍ଗଳବାର ଦିନ ଘାଷିଆମ୍ବ ଗ୍ରାମର ଏକ ଘର ଭିତରୁ ୪୧୭ କେଜି ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଉକ୍ତ ଗ୍ରାମର ଅଶ୍ଵିନୀ ଗମାଙ୍ଗ , ସାଇଡ୍ରାକ ଗମାଙ୍ଗ ଓ ଅରକ୍ଷିତ ମଣ୍ଡଳ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଖବରନୁଯାୟୀ , ଗତକାଲି ସ୍ଥାନୀୟ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପାଟପୁର ଥାନା ଅଧୀନସ୍ଥ ଘାଷିଆମ୍ବ ଗ୍ରାମରେ ଅତର୍କିତ ଚଢ଼ାଉ କରିଥିଲା । ଏହି ଚଢାଉ ସମୟରେ ପୋଲିସ ଏକ ଘରଭିତରୁ ୪୧୭ କେଜି ମାରାତ୍ମକ ନିଦ୍ରାକାରକ ଗଞ୍ଜେଇ ଜବତ କରିଥିବା ବେଳେ ୩ ଜଣ ଯୁବକଙ୍କୁ କାବୁ କରିଥିଲା । ଏନେଇ ପାଟପୁର ଥାନା ମାମଲା ୩୩୨/୨୨ ପ୍ରକାରେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ