ପାଟପୁର ଫ୍ରେଣ୍ଡସ କ୍ରିକେଟ କ୍ଲବର ବନ୍ଧୁମିଳନ ଓ ପ୍ରଦର୍ଶନୀ ମ୍ୟାଚ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲାର ପ୍ରତିଷ୍ଠିତ ପୁରାତନ କ୍ରିକେଟ କ୍ଲବ ଭାବରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପାଟପୁର ଫ୍ରେଣ୍ଡସ କ୍ରିକେଟ କ୍ଲବ ପକ୍ଷରୁ ଆଜି କ୍ରୀଡ଼ା ଅନୁଷ୍ଠାନର ପୁରାତନ ସଭ୍ୟ ମାନଙ୍କ ବନ୍ଧୁମିଳନ ଆୟୋଜିତ ହେବା ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।୧୯୮୮ ରୁ ଫ୍ରେଣ୍ଡସ କ୍ରିକେଟ କ୍ଲବ ଗଠନ ,ଜିଲ୍ଲା ଓ ରାଜ୍ୟସ୍ତରୀୟ ଟୁର୍ଣାମେଣ୍ଟ ଆୟୋଜନ ସହ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜ ମିନି ଷ୍ଟାଡିୟମ ନିର୍ମାଣ ଓ ଗ୍ରାମାଞ୍ଚଳରେ କ୍ରୀଡ଼ାବିତ ସୃଷ୍ଟି କରିବାରେ ପୁରାତନ ଫ୍ରେଣ୍ଡସ କ୍ରିକେଟ କ୍ଲବର ଭୂମିକା ସମ୍ପର୍କରେ ଆଲୋକପାତ କରାଯାଇଥିଲା। କ୍ଲବର ପ୍ରତିଷ୍ଠାତା ଅଶୋକ କୁମାର ବେହେରା ପାଟପୁର ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ ରାଧାଦେଇପୁର ସରପଞ୍ଚ ଡି ରାକେଶ କୁମାର ପାତ୍ର ସମବାୟ ସମିତି ସଭାପତି ଅଶୋକକୁମାର ସାବତ ସଭାପତି ଦୁର୍ଗାପ୍ରସାଦ ପାଢ଼ୀ ଉପଦେଷ୍ଟା ସଭ୍ୟ କ୍ରୀଡ଼ା ଅଧ୍ୟାପକ ମାଧବ ଖୁଣ୍ଟିଆ କେ ନାନବାବୁ ଦୋରା ଭେଟେରାନ ମୀନକେତନ ରେଡି ସୁଦର୍ଶନ ମହାରଣା ତପନ କୁମାର ବାଡତ୍ୟା କୈଳାସଚନ୍ଦ୍ର ଖୁଣ୍ଟିଆ ସୁକାନ୍ତ ଖୁଣ୍ଟିଆ ପ୍ରେମାନନ୍ଦ ନାୟକ ଦ୍ବାରିକାନାଥ ତ୍ରିପାଠୀ ବିନାୟକ ଦାଶ ପ୍ରମୁଖ ଯୋଗ ଦେଇ ପାଟପୁର ଫ୍ରେଣ୍ଡସ କ୍ରିକେଟ କ୍ଲବ ଗଠନ ଅଞ୍ଚଳରେ କ୍ରୀଡ଼ା ପ୍ରତିଭା ସୃଷ୍ଟି ମିନି ଷ୍ଟାଡିୟମର ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଭେଟେରାନ ଖେଳାଳିଙ୍କ ମଧ୍ୟରେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଟସ ଜିତି ୟେଲୋ ଲିଜେଣ୍ଡ ଏକାଦଶ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ବ୍ଲ୍ୟୁ ଲିଜେଣ୍ଡ ଏକାଦଶ ବ୍ୟାଟିଂ କରି ୧୫.୨ ଓଭରରେ ସମସ୍ତ ୱିକେଟ ହରାଇ ୮୯ ରନ ସଂଗ୍ରହ କରିଥିଲା। ଜବାବରେ ୟେଲୋ ଲିଜେଣ୍ଡ ୧୭ ଓଭରରେ ୯୧ରନ ସଂଗ୍ରହ କରି ୫ ୱିକେଟରେ ବିଜୟୀ ହୋଇଥିଲା। ସାଇ ପ୍ରାସାଦ ସ୍ୱାଇଁ ମେନ ଅଫ ଦା ମ୍ୟାଚ ପୁରସ୍କାର ପାଇଥିଲେ । ଉଭୟ ବିଜେତା ଉପ ବିଜେତା ଦଳକୁ ପ୍ରତିଷ୍ଠାତା ଅଶୋକ କୁମାର ବେହେରା ସୁଦର୍ଶନ ମହାରଣା ସିକ୍ସରଙ୍କୁ ସରପଞ୍ଚ ଡି ରାକେଶ ପାତ୍ରା ଓ ପିଣ୍ଟୁ ବଲ ଅଫ ଦା ମ୍ୟାଚ କୁ କେ ନାନବାବୁ ଦୋରା ଟ୍ରଫି ଓ ନଗଦ ପ୍ରଦାନକରି ପୁରସ୍କୃତ କରିଥିଲେ। ପୂର୍ବତନ ଅଧିନାୟକ ପ୍ରମୋଦ କୁମାର ପଣ୍ଡା ଦିଲୀପ ପାଣିଗ୍ରାହୀ ସନ୍ତୋଷ କୁମାର ସ୍ୱାଇଁ ଏସ ରାମଚନ୍ଦ୍ର ଦୋରା ଅନିଲ କୁମାର ନାହାକଙ୍କ ସମେତ ପୁରୁଣା ଖେଳାଳି ମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ