ପାଟପୁର ରେ ଦିବ୍ୟ ଜୀବନ ସଙ୍ଘ ର ସାଧନା ଦିବସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଲକ୍ଷ୍ମୀ ମନ୍ଦିର ରେ ଶୁକ୍ରବାର ଦିବ୍ୟ ଜୀବନ ସଙ୍ଘର ସାଧନା ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି କାଯ୍ୟକ୍ରମ ରେ ପ୍ରଥମେ ପାଦୁକା ପୂଜା, ସତ ସହର୍ଷ ନାମ, ଶିବାନନ୍ଦ ଙ୍କ ଅ ମୂବ୍ର ତ ବାଣୀ, ହନୁମାନ ଚାଳିଶା ସହ ନାମ, କ୍ରୀତନ, ଭଜନ ଓ ପ୍ରବଚନ ଅନୁଷ୍ଠିତ ହୋଇ ଯାଇଛି l ଶାଖାର ପ୍ରତିଷ୍ଠାତା କୁଞ୍ଜବିହାରୀ ପାଢ଼ୀ, କୃଷ୍ଟଚନ୍ଦ୍ର ପତି, କପିଳେନ୍ଦ୍ର ପଣ୍ଡା, ବାବୁ ପ୍ରଧାନ, ବିଜୟ କୁମାର ରଥ, ଗଣେଶ ପାଢ଼ୀ, ରାମପ୍ରସାଦ ନାୟକ, ପ୍ରଶାନ୍ତ କୁମାର ନାୟକ, ଜଵାହାର ଲାଲ ସାହୁ, ଶ୍ରୀପତି ସ୍ୱାଇଁ, ଆର. ଉଦୟ ରେଡି, ସରୋଜ କୁମାର ପାତ୍ର, ପରମା ନନ୍ଦ ସାହୁ, ଓ ସତ୍ୟ ନାରାୟଣ ବେହରା, ଚନ୍ଦ୍ର ଶେଖର ସାମନ୍ତରାୟ ତଦାରଖ କରି ଥିଲେ. ସଙ୍ଘର ସଭାପତି ଅଶୋକ କୁମାର ବେହରା ଙ୍କ ସଂଯୋଜନା ରେ ସମସ୍ତ କାଯ୍ୟ ସୁରୁଖୁରୁରେ ସମାପନ ହୋଇ ଅଛି l ସମ୍ପାଦକ ଗୋପାଳ ଚନ୍ଦ୍ର ସାବତ ଭାଗବତ କଥା ଉପରେ ଓ ରାମ ଚନ୍ଦ୍ର ଙ୍କ କଥା ଉପରେ ଆଲୋକପାତ କରିଥିଲେ. ମହାଲଷ୍ମୀ ସ୍ନାନ ଯୋଗୁଁ ମନ୍ଦିର ଉପସ୍ଥିତି ବହୁତ ଭିଡ଼ ଦେଖିବାକୁ ମିଳିଛି ଓ ଗୁରୁ ଭାଇ ମାନେ ଭଜନ କୀର୍ତ୍ତନ ରେ ବିଭରୋ ହୋଇଥିଲେ l


