ପାଟପୁର ରେ ବିଜେପିର ଗରିବ କଲ୍ୟାଣଯୋଜନା ସମର୍ଥନ ସମାବେଶ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଯୋଜନାର ନଅ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବିଜେପିର ନିର୍ଦେଶ କ୍ରମେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଥ ସ୍ତରରୁ ଜନସମ୍ପର୍କରୁ ଜନସମର୍ଥନ ଅଭିଯାନ ଆରମ୍ଭ ହୋଇଅଛି ।ଏହି ପରିପ୍ରେକ୍ଷୀରେ ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ୬୨ ନଂ ଜୋନ ପାଟପୁର ସନ୍ତୋଷୀ ମନ୍ଦିର ପ୍ରାଙ୍ଗଣରେ ସାନଖେମୁଣ୍ଡି ବିଜେପିର ଜନସଂପର୍କରୁ ଜନ ସମର୍ଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ତଥା ସମାଜଦେବୀ ଇଂ ପ୍ରଦୀପ କୁମାର ପତ୍ରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେପି ମହିଳା ସଦସ୍ୟଙ୍କ ସମେତ ବହୁ ସଂଖ୍ୟାରେ କର୍ମୀ ସଂଗଠକ ଏବଂ ବିଜେପି ଅନୁଗତ ଯୋଗଦେଇଥିଲେ । ଘୁମୁସର ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ଚିନ୍ମୟ ରେଡି , ଜୋନ ସଭାପତି ଗୌତମ ରାନାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ପ୍ରଦୀପ ପତ୍ରୀଙ୍କ ସହ ଘୁମୁସର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ , ଓବିସି ମୋର୍ଚ୍ଚା ସଭାପତି ଗଦାଧର ସ୍ୱାଇଁ ପ୍ରମୁଖ ମାଞ୍ଚାଷୀନ ରହି ଉପସ୍ଥିତ ଜନସାଧାରଣଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନଅ ବର୍ଷର ଶାସନ କାଳରେ ଭାରତର ସମ୍ମାନ, ମାନମର୍ଯ୍ୟାଦା ବଢିଛି ଏବଂ ଭାରତୀୟ ଜନସାଧାରଣଙ୍କ ଗୌରବ ବଢିଛି ବୋଲି ସିଂଗିପୁରରେ ଉଦବୋଧନ ଦେଇଥିଲେ । ଏଇ ନଅ ବର୍ଷର ଶାସନକାଳ ଭିତରେ ମାନନୀୟ ପ୍ରଧାନମନ୍ତ୍ରୀ ଭାରତ ବର୍ଷର ଗୌରବ ବଢ଼ାଇ ବିଶ୍ୱର ଏକ ନମ୍ବର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହେଇପାରିଥିବା ସେ ସୂଚିତ କରିଥିଲେ । ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ ବ୍ୟାପକ ଦୁର୍ନୀତି ଏବଂ ପ୍ରିୟା ପ୍ରୀତି ହୋଇଥିବା କାରଣରୁ ଆଜି ଯୋଗ୍ୟ ହିତାଧିକାରୀ ଆବାସ ଘର ପାଊନଥିବା , ଉଭୟ ବ୍ଲକରେ ବସଷ୍ଟାଣ୍ଡଟିଏ ମଧ୍ୟ ହେଇପାରୁନଥିବାରୁ ବିଜେପିର ବରିଷ୍ଠ ନେତା ଇଂ ପ୍ରଦୀପ କୁମାର ପତ୍ରୀ କ୍ଷୋଭ ପ୍ରକାଶ କରିଥିଲେ.।ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ହେଲେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପି କ୍ଷମତାକୁ ଆସିଲେ ସ୍ୱାସ୍ଥ୍ୟ, ଗମନାଗମନ, ଶୀତଳ ଭଣ୍ଡାର ଏବଂ ଅନ୍ୟାନ ସବୁ ପ୍ରକାର ସୁଭିଧା ସୁଯୋଗ ଏବଂ ବିନା କୌଣସି ଲାଞ୍ଚରେ କେନ୍ଦ୍ର ସରକାରଙ୍କର ସବୁ ଯୋଜନା ପାଇ ପାରିବେ ବୋଲି ଇଂ ପ୍ରଦୀପ କୁମାର ପତ୍ରୀ କହିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଡାମାରୀ ମଣ୍ଡଳ ସଭାପତି ଲିତୁ ପ୍ରଧାନ , କଙ୍କୋରଡା ମଣ୍ଡଳ ସଭାପତି ସନ୍ତୋଷ ଲେଙ୍କା , ପବିତ୍ର ତ୍ରିପାଠୀ , ହରପ୍ରସାଦ ମହାନ୍ତି , ପାଣ୍ଡବ ପରିଡ଼ା ପ୍ରମୁଖଙ୍କ ସହ ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ରହିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ