ପାଟପୁର FCC କ୍ଲବ ତରଫ ରୁ ସର୍କଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ ପାଟପୁର ଷ୍ଟାଡିୟମ ରେ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସନମାନୀୟ ଅତିଥି ଭାବେ ପୁର୍ବତନ ବ୍ଲକ ଅଧକ୍ଷ ଲକ୍ଷ୍ମୀ ଚରଣ ପାତ୍ର ଯୋଗ ଦେଇଥିଲେ l ଏହି ଟୁର୍ନାମେଣ୍ଟ ର ପ୍ରଥମ ମ୍ୟାଚ ରେ ରାଜପୁର କ୍ରିକେଟ ଟିମ ମହାନଳା କ୍ରିକେଟ ଟିମ କୁ ପରାଜିତ କରିଥିଲା l   ଟିମ ଟସ ଜିତି ପ୍ରଥମେ ମହାନଳା ବ୍ୟାଟିଂ ନିଷ୍ପତି ନେଇଥିଲା l ପ୍ରଥମେ ବ୍ୟାଟିଂ କରି ୧୨ ଓଭର ରେ ୭ ଉଇକେଟ ହରାଇ ୪୩ ରନ କରିଥିଲା l ଜବାବରେ ରାଜପୁର ନିର୍ଦ୍ଧାରିତ ୮ ଓଭରରେ ୫ ଉଇକେଟ ହରାଇ ୪୪ ରନ କରି ମହାନଳା କୁ ପରାସ୍ତ କରିଥିଲା l ଏ.ସିଦ୍ଧାନ୍ତ ରେଡ଼ି ଓ ସୁନୀଲ ବେହେରା ଏମ୍ପାୟାରିଙ୍ଗ କରିଥିଲେ l ଏହି ଟୁର୍ନାମେଣ୍ଟରେ ସୁଦୀପ ପାଣିଗ୍ରାହୀ,ଅଜୟ କୁମାର ସ୍ୱାଇଁ, କାହ୍ନl ପାତ୍ର, ମୁକୁନ୍ଦ ଚନ୍ଦ୍ର ବରାଡ଼,ଦୁତି ରେଡି,ମାଧବ ରେଡି,କୈଳାସ ଖୁଣ୍ଟିଆ,ଶଙ୍କର ମହାନ୍ତି,ଶ୍ରୀକାନ୍ତ ସାହୁ ,କାଳିଆ ପାଢ଼ୀ,କାଳିଆ ଖୁଣ୍ଟିଆ,ବାସୁଦେବ ସାହୁ,ନିଗମ ସ୍ୱାଇଁ । ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ