ପାଟିକୋଟା ସମବାୟ ସମିତିର ସଭାପତି ହେଲେ ଏସ୍. ସୁଶୀଳା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ପାଟିକୋଟା ସମବାୟ ସମିତିର ସଭାପତି ଭାବେ ଏସ୍.ସୁଶୀଳା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାର ଜଣାପଡିଛି | ଆଜି ଅନୁଷ୍ଠିତ ସମବାୟ ସମିତି ସଭାପତି ନିର୍ବାଚନରେ ଏସ୍.ସୁଶୀଳା ଏକ ମାତ୍ର ପ୍ରାଥିନୀ ଭାବେ ନାମାନଙ୍କ ଭରିଥିଲେ | ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନ୍ୟ କେହି ନାମାଙ୍କନ ଭରି ନଥିବା ବେଳେ ଶ୍ରୀମତୀ ସୁଶୀଳା ନିର୍ବାଚିତ ହୋଇଥିଲେ | ସୂଚନା ଯୋଗ୍ୟ ଯେ, ଗଜପତି ଜିଲ୍ଲା ବିଜେଡି ଯୁବ ସଭାପତି ଏସ୍. ଲିଙ୍ଗରାଜୁଙ୍କ ଭାଉଜ ସୁଶୀଳା ଅଟନ୍ତି | ଶ୍ରୀମତୀ ସୁଶୀଳା ବିଜେଡି ଦଳର ଦୃଢ ସମର୍ଥକ ତଥା ସଭାନେତ୍ରୀ ଭାବେ ବହୁ ଜନହିତକର କାମ କରି ସୁନାମ ଅର୍ଜିଥିବା ବେଳେ ତାଙ୍କ ଦିଅର ତଥା ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜୁ ମଧ୍ୟ ବହୁ ସୁନାମ ଅର୍ଜନ କରିଛନ୍ତି | ସୁଶୀଳାଙ୍କ ଏକତରଫା ତଥା ନିର୍ଦ୍ବନ୍ଦରେ ନିର୍ବାଚିତ ପରେ ଜିଲ୍ଲା ବିଜେଡିରେ ଖୁସିର ଲହରି ଖେଳିଯାଇଛି | ଏନେଇ ଶ୍ରୀମତୀ ସୁଶୀଳା କହିଛନ୍ତି ଯେ, ସମବାୟ ସମିତିର ଉନ୍ନୟନ ତଥା ବିଭିନ୍ନ ସମସ୍ୟାର ସମାଧାନ କରିବା ଏକମାତ୍ର ଲକ୍ଷ୍ୟ ବୋଲି ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି | ସେହିପରି ସୁଶୀଳାଙ୍କ ବିଜୟୀ ପରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ, ଯୁବ ବିଜେଡି ନେତା ସୁଜିତ ଦାସ ପ୍ରମୁଖ ସୁଶୀଳାଙ୍କୁ ଅଭିନନ୍ଦନ ଜଣାଇଛନ୍ତି |


