ପାଟୁଳି ଠାରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ଖେଳ ପଡିଆ ଠାରେ ମା ତାରିଣୀ କ୍ରିକେଟ କ୍ଲବ ପକ୍ଷରୁ ଆଜି ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅମଲାତନ୍ତ୍ର ଅଧିକାରୀମାନଙ୍କ ସହିତ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରେ ଉକ୍ତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ବ୍ଲକ ଅମଲାତନ୍ତ୍ର ଅଧିକାରୀମାନେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୬ଉଇକେଟ ହରାଇ ୧୬୭ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ବ୍ଲକ ହିସାବ ରକ୍ଷକ ଗିରିଜା ଶଙ୍କର ସାହୁ ସର୍ବାଧିକ ୭୬ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ଚନ୍ଦ୍ରଶେଖର ଦ୍ୱିବେଦୀ ୩ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଦଳ ନିର୍ଦ୍ଧାରିତ ଓଭରରେ ୯ଉଇକେଟ ହରାଇ ୧୧୯ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଦଳ ପକ୍ଷରୁ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ ସର୍ବାଧିକ ୨୦ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ପ୍ରଣୟ ନାୟକ ୩ଓଭର ବୋଲିଂ କରି ୪ଉଇକେଟ ଅକ୍ତିଆର କରିଥିଲେ । ବ୍ଲକ ପକ୍ଷରୁ ଗିରିଜା ଶଙ୍କର ସାହୁ , ଲଚ୍ଛମନ ସୋରେନ, ପ୍ରଦୀପ ଜେନା, ମୀନକେତନ ବାରିକ, ପ୍ରକାଶ ନାୟକ, ଗୋପାଳ ପଣ୍ଡା ଖେଳରେ ଭାଗନେଇ ଥିବାବେଳେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ପକ୍ଷରୁ ପ୍ରଶାନ୍ତ ସାହୁ, ପ୍ରଣିତକାନ୍ତି ସାମଲ,ମନୋଜ ନାୟକ, ବିଜୟ ଶଙ୍କର ମହାନ୍ତି, ରମେଶ ଭାରତୀ, ସୁବାଷ କାଣ୍ଡି, ଚନ୍ଦ୍ର ଶେଖର ଜେନା, ଲଳିତ କୁମାର ରାଉତ, ଉତ୍କଳ କେଶରୀ ମହାନ୍ତି ପ୍ରମୁଖ ଖେଳରେ ଅଂଶଗ୍ରହଣ କରିଥିଲେ । ଅମ୍ପେୟାର ଭାବେ ମନୋଜ ଜେନା ଓ ଅଶୋକ କୁମାର ରାଉତ ଖେଳ ପରିଚାଳନା କରିଥିବାବେଳେ ଭାଷ୍ୟକାର ଭାବେ ଲକ୍ଷ୍ମୀଧର ଗାହାଣ ଓ ସ୍କୋରର ଭାବେ ଚକ୍ରଧର ସାମଲ, ଭାସ୍କର ସାହୁ ଦାୟିତ୍ୱ ତୁଲାଇଥିଲେ । ପ୍ରତିଯୋଗିତାକୁ ମଧୁସୂଦନ ଦତ୍ତ, କୈବଲ୍ୟ ସାହୁ, ସତ୍ୟବ୍ରତ ଦେ, ସରୋଜ ଦେ, ପ୍ରଫୁଲ୍ଲ ରାଉତ, ସୌମ୍ୟ ରଞ୍ଜନ ସାହୁ, ସରୋଜ ମାଝୀ, ଅଜିତ ଦତ୍ତ, ମନୋଜ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।