ପାଟ୍ରୋଲିଂ ବେଳେ ଗ୍ରେନେଡ ମାଡ, ୬ ସିଆରପିଏଫ ଯବାନ ଆହତ

ଶ୍ରୀନଗର : ଶ୍ରୀନଗରର କରନ ନଗର ଅଞ୍ଚଳରେ ସୁରକ୍ଷା ବାହିନୀ ଉପରକୁ ଆକ୍ରମଣ ହୋଇଛି । ସିଆରପିଏଫ ଓ ଜମ୍ମୁ ଓ କଶ୍ମୀର ପୁଲିସର ଏକ ମିଳିତ ପାଟ୍ରୋଲିଂ ଟିମ ଉପରୁ ଏକ ଗ୍ରେନେଡ ଫିଙ୍ଗାଯିବାରୁ ଅତି କମରେ ୬ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି ।
ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଶନିବାର ସଂଧ୍ୟାରେ ଶ୍ରୀନଗରର କରନ ନଗର ଅଞ୍ଚଳରେ ସିଆରପିଏଫ ଓ ସ୍ଥାନୀୟ ପୁଲିସ ମିଳିତ ଭାବେ ପାଟ୍ରୋଲିଂ କରୁଥିଲେ । ସଂଧ୍ୟା ସାଢେ ୬ଟା ବେଳେ ଆତଙ୍କବାଦୀମାନେ ସିଆରପିଏଫ ଗାଡି ଉପରକୁ ଗ୍ରେନେଡ ଫିଙ୍ଗିବା ପରେ ଗୁଳି ଚଳାଇଥିଲେ । ଫଳରେ ୬ ସିଆରପିଏଫ ଯବାନ ଆହତ ହୋଇଛନ୍ତି । କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଘଟଣା ସ୍ଥଳକୁ ସେନା ଓ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ପହଞ୍ଚିଛନ୍ତି ଓ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ ହୋଇଛି । ଆହତ ସିଆରପିଏଫ ଯବାନମାନେ ୧୪୪ ତମ ବାଟାଲିୟନର ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ