ପାଟ୍ରୋଲିଂ ବେଳେ ବୋଲେରୋ ସହ ଗଞ୍ଜେଇ ଜବତ : ୨ଗିରଫ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲା ଫୁଲବାଣୀ ସଦର ପୁଲିସ୍ ପକ୍ଷରୁ ବିଶିପଡ଼ା-କଟ୍ରିଙ୍ଗିଆ ରାସ୍ତାରେ ତନଖି ବେଳେ ଏକ ମହିନ୍ଦ୍ରା ପିକଅପ୍ ବୋଲେର ଓଡି-୦୨-ବିଏମ-୯୩୪୯ ରୁ ୧୦୭ କେଜି ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ପୁଲିସ୍ ଉକ୍ତ ରାସ୍ତାରେ ଯାଞ୍ଚ କରିଥିଲା । ଗାଡ଼ି ଯାଞ୍ଚ ବେଳେ ବୋଲେରୋରୁ ୧୦୭କିଲୋ ଗଞ୍ଜେଇ ମିଳିଥିଲା । ସେହି ଗଞ୍ଜେଇକୁ ଜବତ କରିବା ସହ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମାନେ ହେଲେ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ସାଡ଼ିଙ୍ଗିଆ ପଞ୍ଚାୟତର ଚିକିନ୍ ଦିଗାଲ ଓ ଅନାମିକା ଦିଗାଲ ବୋଲି ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି । ସଦରଥାନା ଏସଆଇ ସମ୍ବିତ୍ ବେହେରାଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିବା ବେଳେ ଏନେଇ କେସ ନଂ ୯୯/୨୨ରେ ଏକ ମାମଲା ରୁଜୁକରି ଗିରଫ ଦୁଇଜଣକୁ କୋର୍ଟ ଚାଲାଣ କରାଯିବା ସହିତ ବୋଲେରୋ ଗାଡିଜୁ ଜବତ କରାଯାଇଥିବା ତଦନ୍ତ ଅଧିକାରୀ ଲକ୍ଷ୍ମୀଧର ଖୁଣ୍ଟିଆ ସୂଚନା ଦେଇଛନ୍ତି ।