ପାଠରେ ଦେଖାଉନି ଆଗ୍ରହ

ଡାବୁଗାଁ: ଯେଉଁ ବୟସରେ ପାଠ ପଢ଼ିିବା କଥା, ଶିଶୁମାନଙ୍କ ସହ ଖେଳକୁଦ କରି ହସଖୁସିରେ ସମୟ ବିତାଇବା କଥା, ସେହି ବୟସରେ ଜଣେ ୭ ବର୍ଷର ଶିଶୁ କାନ୍ଧରେ କାଠ ବୋଝେଇ କାଉଡ଼ି (ଭାର) ଦେଖିବାକୁ ମିଳିଛି। ରାଜ୍ୟ ସରକାର ପିଲାଙ୍କୁ ସ୍କୁଲ୍‌ ମୁହାଁ କରିବାକୁ ଅନେକ ଯୋଜନ ପ୍ରଣୟନ କରିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ କିନ୍ତୁ ଚିତ୍ର ଅଲଗା ରହିଛି ।ଡାବୁଗାଁ ସଦର ବ୍ଲକ ଅନ୍ତର୍ଗତ ଜଗନ୍ନାଥଗୁଡ଼ାର ସୀତାରାମ ଗୌଡଙ୍କ ପୁଅ ଗୋବିନ୍ଦ ଗୌଡ। ବୟସ ମାତ୍ର ୭ ବର୍ଷ। ସେ ସ୍ଥାନୀୟ ନୂଆଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଦ୍ୱିିତୀୟ ଶ୍ରେଣୀର ଛାତ୍ର । ତେବେ ସ୍କୁଲ୍‌ ଯିବା ପ୍ରତି ଗୋବିନ୍ଦର ଆଗ୍ରହ କମ୍‌ ରହିବା ସହ ଉପସ୍ଥାନ ମଧ୍ୟ କମ୍‌ ରହୁଛି। ବାପା ଦିନ ମଜୁରିଆ ହୋଇଥିବାରୁ ପରିବାର ପୋଷଣ ଚିନ୍ତାରେ ଅର୍ଥ ଉପାର୍ଜନ ପାଇଁ ଅଧିକ ସମୟ ଘର ବାହାରେ ଅତିବାହିତ କରନ୍ତି। ଘର ପାର୍ଶ୍ୱକୁ ଲାଗି ଜଙ୍ଗଲ ରହିଥିବାରୁ ଗୋବିନ୍ଦ ପାଠ ନପଢ଼ି ଜଙ୍ଗଲ ମଧ୍ୟକୁ ଯାଇଥାଏ।ତେବେ କେଉଁ ପରିସ୍ଥିତିରେ ଶିଶୁ ଗୋବିନ୍ଦ ଏକ ଭାର କଞ୍ଚା କାଠ ଧରି ଜଙ୍ଗଲରୁ ମୁଖ୍ୟ ରାସ୍ତା ଦେଇ ତା ଘର ଜଗନ୍ନାଥଗୁଡ଼ାକୁ ଫେରିବା ସମୟରେ କେହି ଜଣେ ତା ଫୋଟ ଓ ଭିଡ଼ିଓ ଭାଇରାଲ୍‌ କରିଦେଇଛି, ଯାହା ଗତକାଲି ଠାରୁ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।ଏବେ ପ୍ରଶ୍ନ ଉଠୁଛି, ଏପରି କଅଁଳ ବୟସରେ ଶିଶୁଟି ପାଠ ପଢ଼ିବା କଥା। ସେହି ବୟସରେ ଓଜନିଆ ଭାର ଲଦି ତା ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି। ରାଜ୍ୟ ସରକାର ଶିଶୁମାନଙ୍କୁ ଆଗ୍ରହ ଦେଖାଇବା ନିମନ୍ତେ କରାଯାଇଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ହେଉ, ମାଗଣା ପାଠ୍ୟ ପୁସ୍ତକ ପ୍ରଦାନ ହେଉ, ମାଗଣା ଡ୍ରେସ, ମାଗଣା ଜୋତା, ଆଦି ସବୁ ଏଠାରେ ଫେଲ୍‌ ମାରିଛି। ପିଲାଙ୍କୁ ସ୍କୁଲ୍‌ ପ୍ରତି ଆଗ୍ରହ ଜମାଇବା ନିମନ୍ତେ ଚାଲ ଆମେ ସ୍କୁଲ୍‌ ଯିବା କାର୍ଯ୍ୟକ୍ରମ କୁଆଡେ ଲୁଚି ଯାଉଛି। ଦାରିଦ୍ର୍ୟ ତାଡ଼ନାରେ ହେଉ କିମ୍ବା ଅଶିକ୍ଷିତ ପରିବାରରେ ବଢ଼ି ଆସିଥିବା କଅଁଳ ଶିଶୁର ସ୍ୱାଧୀନତାକୁ ଏଠାରେ ଛଡାଇ ନିଆଯାଇଛି। ଯଦି ଏହି ଶିଶୁ ଟିର ଭାଗ୍ୟ ଗଢ଼ିବାକୁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ନ ଯାଏ ତା ହେଲେ ସର୍ବ ଶିକ୍ଷା ଅଭିଯାନର କୌଣସି ମୂଲ୍ୟବୋଧ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ