ପାଠାଗାରାର ଉଦଘାଟନ
ଯୋଡ଼ା -କେନ୍ଦୁଝର ଜିଲାର ଉପାନ୍ତ ଉପତ୍ୟାକା ସହର ଯୋଡାରେ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଯୋଡା ପୌରପାଳିକା ପକ୍ଷରୁ ଏକ ବଳିଷ୍ଟ ପଦକ୍ଷେପ ନିଆଯାଇଛି । ଉପାନ୍ତ ଅଂଚଳରେ ଓଡିଆ ଭାଷାଭାଷୀମାନଙ୍କ ପାଇଁ ଡିଏମଏଫ୍ ଅର୍ଥ ୫୧ ଲକ୍ଷ ଟଙ୍କା ବ୍ୟୟରେ ପୁର୍ତ ବିଭାଗ ଦ୍ୱାରା ନିର୍ମିତ ଏକ ନୂତନ ପାଠାଗାରକୁ ବୁଧବାର ଲୋକାର୍ପଣ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ସମ୍ମାନୀତ ଅତିଥି ଭାବେ ଚମ୍ପୁଆ ଉପଜିଲାପାଳ ପାରୁଲ ପଟାଓରୀ, ଯୋଡା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ବଡବିଲ ତହସିଲଦାର ତଥା ଯୋଡା ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ସମେତ ଯୋଡା ବିକାଶ ପରିଷଦ ପକ୍ଷରୁ ନିରଂଜନ ବହିଦାର ଓ ସୁଶାନ୍ତ ବାରିକ ପ୍ରମୁଖ ଉପସ୍ଥିତ ରହି ଏହାକୁ ଲୋକାର୍ପଣ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଏଠାରେ ପଢିବା ପାଇଁ ପାଠକଙ୍କ ନିମନ୍ତେ ୧୫୦୦ ବିଭିନ୍ନ ବିଷୟରେ ପୁସ୍ତକ ରହିଛି । ଏହି ପାଠାଗାରର ସମ୍ପୂର୍ଣ୍ଣ ପରିଚାଳନା ପୌରପାଳିକା ର ଦାୟିତ୍ୱରେ ଥିବା ଯୋଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଛନ୍ତି ।