ପାଠ ପଢ଼ାରେ ଢ଼ିଲା ପରୀକ୍ଷାରେ ପାସ ପାଇଁ ସହଯୋଗ ଦାବି

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ଠାରେ ଥିବା ନିଗମାନନ୍ଦ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନେ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।ଆସନ୍ତା କାଲି ପରୀକ୍ଷାରେ ପାସ ମାର୍କ ବତାଇ ଦେବା ପାଇଁ ସହଯୋଗ କରିବା ଉଦ୍ଦେଶ୍ୟରେ ଶତାଧିକ ଛାତ୍ରୀ ଧାରଣା ଦେଇଥିଲେ । କଲେଜ ରେ ପାଠ ପଢାରେ ଢିଲା ହୋଇଛି ତେଣୁ ଛାତ୍ରୀ ମାନେ ପାଠ ପଢି ପାରି ନାହାଁନ୍ତି ଏଣୁ ସେମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଏଣୁ ପରୀକ୍ଷାରେ ସେମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ଯାହା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।ଏହି ମହାବିଦ୍ୟାଳୟରେ କିଛି ଅଧ୍ୟାପକ ଓ ଅଧ୍ୟାପିକା ଘରେଇ କୋଚିଂଙ୍ଗ କେନ୍ଦ୍ର ଖୋଲି ସେହି କେନ୍ଦ୍ରରେ କୋଚିଂଙ୍ଗ ନେଉଥିବା ଛାତ୍ରୀ ମାନଙ୍କୁ ପରୀକ୍ଷା ସମୟରେ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ବୋଲି ଅଭିଯୋଗ କରି ସମସ୍ତ ଛାତ୍ରୀଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏହି ଘଟଣା ସମଗ୍ର ରାଜ୍ଯ ରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ନିଗମାନନ୍ଦ କଲେଜରେ କିପରି ପାଠ ପଢା ଯାଉଛି ତାର ନଗ୍ନ ସତ୍ୟ ସାମ୍ନାକୁ ଆଣିଛି । ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ