ପାଠ ପଢ଼ା ଛାଡ଼ି ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ରଛାତ୍ରୀଙ୍କ ଅଣ୍ଡାଚୋପା ଛଡା ଓ ଖାଦ୍ୟ ପରିବେଷଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବା ଲାଗି କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି l ଗଣଶିକ୍ଷା ବିଭାଗ କହୁଛି ସଭିଏଁ ପଢ଼ନ୍ତୁ ସଭିଏଁ ଗଢ଼ନ୍ତୁ । ଅପପୃଷ୍ଟିକୁ ରୋକିବା ଲାଗି ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରିଛନ୍ତି। ବିଦ୍ୟାଳୟକୁ ଦଣ୍ଡ ମୁକ୍ତ ବି କରିଛନ୍ତି l ହେଲେ ବିଦ୍ୟାଳୟରେ ପିଲାମାନେ ପାଠ ପଢିବେ କଣ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘରେ ବସି ଅଣ୍ଡାର ଖୋଳପା ଛଡାଉଛନ୍ତି। ତା ସହିତ କିଛି ଛାତ୍ରୀ ସହଯୋଗୀ ମିଶି ଖାଇବା ମଧ୍ୟ ପିଲାଙ୍କୁ ବାଢୁଛନ୍ତି l ଏହି ଘଟଣା ପ୍ରାୟ ୧ ଘଣ୍ଟା ୩୦ ମିନଟର। ଏହା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ଡେଙ୍ଗିଲି ପ୍ରାଥମିକ ବିଦ୍ୟାଳୟର I ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଯାଏଁ ୬୩ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ନ୍ତି l ପ୍ରଧାନ ଶିକ୍ଷକ ମୂରଲୀ ଚୌଧୁରୀଙ୍କ ସମେତ ୪ଜଣ ଶିକ୍ଷକ ମଧ୍ୟ ଅଛନ୍ତି l ବିଦ୍ୟାଳୟରେ ନାମ ଫଳକ ବି ନାହିଁ । ସୂଚନାଯୋଗ୍ୟ କୌଣସି ମହିଳା ସଂଘକୁ ମଧ୍ୟ।ହ୍ନ ଭୋଜନ ବ୍ୟବସ୍ଥାକୁ ହସ୍ତାନ୍ତର ନ କରି ନିଜେ ପ୍ରଧାନ ଶିକ୍ଷକ ବୁଝୁଛନ୍ତି। ଯାହାଫଳରେ ପିଲାମାନେ କାମ କରିବା ପାଇଁ ବାଧ୍ଯ ହେଉଛନ୍ତି। ପ୍ରଧାନ ଶିକ୍ଷକ ନିଜେ ମଧ୍ଯ।ହ୍ନ ଭୋଜନ ବ୍ୟବସ୍ଥା ବୁଝୁଥିବା କହିଛନ୍ତି।


