ପାଠ ପଢିବାକୁ ଯାଇଥିବା ପୁଅ ଶବ ହୋଇ ଘରକୁ ଫେରିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରୁ ପାଠ ପଢିବା ପାଇଁ ଯାଇଥିବା ଜଣେ ଗରିବ ଘରର ପୁଅ ଶବ ହୋଇ ଘରକୁ ଫେରିଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକ ଖେଳିବା ସହ ଆଲୋଡନ ସୃଷ୍ଟି କରିଛି. ପିତା ମାତା ଘଟଣା ନେଇ ହତ୍ୟା ଅଭିଯୋଗ କରିଛନ୍ତି.ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗୁମ୍ମା ବ୍ଲକର ବଡ଼ କଳାକୁଟ ଗ୍ରାମର ଗିଲିଏଲ୍ କାର୍ଜି ଙ୍କ ପରିବାରରେ, ପିଲାମାନଙ୍କୁ ନେଇ ବାପା ମାଁ ଦେଖିଥାନ୍ତି ଅନେକ ସ୍ବପ୍ନ , ସେପରି ତାଙ୍କ ପରିବାର ଦୁଇଟି ଝିଅ ଏବଂ ଗୋଟିକ ପୁଅ କୁ ନେଇ ସୁଖ ଦୁଃଖ ରେ ବିତୁ ଥିଲା ଗିଲିଏଲ କାରଜି ଙ୍କ ପରିବାର। ପୁଅ ପୋବ୍ଲିଆସ କାରଜି ର ଭବିଷ୍ୟତ କୁ ନେଇ ଦେଖୁଥିଲେ ଅନେକ ସ୍ବପ୍ନ , ଗୋଟିଏ ବୋଲି ପୁଅ କୁ ଅତି ଗେହ୍ଲା ଓ ସ୍ନେହ ରେ ବଢାଇ ଥିଲେ ଏବଂ ପାଠ ପଢ଼ାଇବା ପାଇଁ ଖୋର୍ଦ୍ଧା ସ୍କୁଲ ରେ ଜୋଇନିଂ କରି ଥିଲେ , ୟୁକେଜି ରୁ ପାଠ ପଢ଼ାଇ ଦଶମ ଶ୍ରେଣୀ ରେ ପଢ଼ି ହଷ୍ଟେଲ ରେ ରହୁଥିଲେ, କିନ୍ତୁ ଏମିତି କଣ ହେଲା ଯେ ହଷ୍ଟେଲ ସ୍କୁଲ୍ ସାମ୍ନାରେ ପୁଅ ପୋବ୍ଲିଆସ୍ କାରଜି ଙ୍କ ଶବ ଗଛ ରେ ବେକରେ ରସି ଲାଗି ଝୁଲି ରହି ଥିବା ଦେଖିବାକୁ ମିଳିଛି। ପୁଅ ଟି ଦଶହରା ଛୁଟି ରେ ଆସି ନିଜ ଗାଁ ରେ ବାପା , ମାଆ ଓ ଭଉଣୀ ସାଙ୍ଗ ଙ୍କ ସହିତ ମିଳିମିଶି ଖୁସି ସହିତ ଦଶହରା ଛୁଟି ବିତାଇଥିଲେ, ଛୁଟି ସରିଲା ପରେ ପୁଅ ପୋବଲିଆସ କାରଜି କୁ ନେଇ ଖୋର୍ଦ୍ଧା ର ଏସ ଡ଼ି ଏ ସ୍କୁଲ ହଷ୍ଟେଲ ରେ ଛାଡ଼ି ଆସିଥିଲେ ବାପା ଗିଳିଏଲ୍ କାରଜି । କିନ୍ତୁ ଏହିପରି ଦୁଃଖଦ ଘଟଣା ଶୁଣିବା ପରେ ବିଶ୍ୱାସ କରିପାରିନଥିଲେ ପରିବାର ଲୋକେ , ଦୁଃଖ ରେ ଭାଙ୍ଗି ପଡିଛନ୍ତି ପରିବାର ,, ।। ପରିବାର କହୁଛନ୍ତି ଆମୋ ପିଲାକୁ କେବେ ବି ଆତ୍ମହତ୍ୟା କରିପାରିବ ନାହିଁ, ଆମ ପିଲା କୁ ସ୍କୁଲ ପରିଚାଳନା କରୁଥିବା ବ୍ୟକ୍ତି ମାନେ ହି ମୋ ପୁଅଙ୍କୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରି ଖୋର୍ଦ୍ଧା ଟାଉନ ଥାନା ରେ ଅଭିଯୋଗ କରି ଘଟଣା ର ସତ୍ୟ ତଦନ୍ତ କରି ଅମୋକୁ ନ୍ୟାୟ ଦିଅନ୍ତୁ ବୋଲି ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ