ପାଠ ପଢିବା ପାଇଁ ଅର୍ଥ ସାଜିଛି ବାଧକ; ସହେଯୋଗର ହାତ ବଡାଇଲେ ସବଇନ୍ସପେକ୍ଟର ଜୋସ୍ନା

କେନ୍ଦ୍ରାପଡା, କେନ୍ଦ୍ରାପଡା ଜିଲ୍ଲା ମହାକଳପଡା ବ୍ଲକ ଅର୍ନ୍ତଗତ ବଉଳକଣୀ ଗ୍ରାମର ଏ ହେଉଛି ସେହି ଚିତ୍ର ସେହି ଘର ପଙ୍କରୁ ପଦ୍ମ ଫୁଟିଲାପରି ପ୍ରଭାତିଙ୍କ ପ୍ରତିଭା କେନ୍ଦ୍ରାପଡା ଜିଲ୍ଲାରୁ ଯାଇ ରାଜ୍ୟରେ ପହଂଚିଲା ଚିତରଂଜନ ଧାଡାଙ୍କ ଜ୍ୟେଷ୍ଠ ଝିଅ ପ୍ରଭାତି ଧାଡା (୧୮) କଠୋର ସାଧାନା ବଳରେ +୨ ବିଜ୍ଞାନ ପରିକ୍ଷାରେ ୬୦୦ ମାର୍କରୁ ୫୧୨ ମାର୍କ ରଖି ଜିଲ୍ଲାରେ ଟପର ହେଇଛନ୍ତି । କଠିନ ସାଧନା ,ପରିଶ୍ରମ ବଳରେ ସେ ଜିଲ୍ଳାରେ ପ୍ରିୟପାତ୍ର ହେଇଛନ୍ତି । ହେଲେ  ବିଡମ୍ବନାର ବିଷୟ ଏହିକିଯେ ଆଗକୁ ପାଠ ପଢିବା ପାଇଁ ଇଛା ଶକ୍ତି ଥିଲେ ମଧ୍ୟ ଅର୍ଥ ବାଧକ ସାଜିଛି |  ଠିକ୍ ଏହି ସମୟରେ ଦେବଦୁତ ସାଜିଛନ୍ତି ମହାକଳପଡା ଥାନର ସବଇନ୍ସପୋକ୍ଟର ଜୋସ୍ନା ରାୟ , ବର୍ତ୍ତମାନ ସମୟରେ ଜଣେ ସାଧାରଣ ମଣିଷ ଓ ପୋଲିସଙ୍କ ପ୍ରତି ଥିବା ଭୟାଭାବ ଦୁର କରି ଜଣେ ପୁଲିସ ଅଫିସର କିଭଳି ଜଣେ ଅସହାୟ ଘରର ଝିଅକୁ ଆଗକୁ ପାଠ ପଡାଇବା ପାଇଁ ହାତ ବଢାଇଛନ୍ତି ତାହା ଶ୍ରୀମତି ରାୟ ଉଦାହରଣ ପାଲେଟିଛନ୍ତି । ଜଣେ ଦୁଃଖ କଷ୍ଟ ଅଭାବ ଅନାଟନ ଭିତରେ ସଫଳତା ପାଇବା ପରେ ସେହି ଚିହ୍ନେ ଦୁଃଖିର କଷ୍ଟ କ’ଣ ? ଏମିତିକି କଲେଜ ଆଡିମିସନଠୁ ଆରମ୍ଭ କରି କୋଚିଙ୍ଗି ପର୍ଯ୍ୟନ୍ତ ଖର୍ଚ୍ଚ ଶ୍ରୀମତି ରାୟ ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ