ପାଠ ପାଇଁ ଶିକ୍ଷାର୍ଥୀ କରନ୍ତି ଭିକ୍ଷାବୃତ୍ତି

ଶିକ୍ଷା ପାଇଁ ଅଭିଭାବକ ନିଜ ସନ୍ତାନଙ୍କୁ ଭଲ ସ୍କୁଲରେ ପାଠ ପଢ଼ାଇବାକୁ ଚାହିଁଥାନ୍ତି । ତେବେ ବିହାର ଦରଭଙ୍ଗା ମନିଗାଚ୍ଛି ସବ୍ଡିଭିଜନ ଲଗମା ଗାଁରେ ରହିଛି ଏକ ସ୍କୁଲ । ଏଠାରେ ୧୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ବେଦ, ପୁରାଣ ଓ କର୍ମକାଣ୍ଡ ଉପରେ ଦିଆଯାଇଥାଏ ଶିକ୍ଷା । ଏହି ଅଞ୍ଚଳର ୧୦ଟି ଗାଁରେ ପିଲାମାନେ ଘରଘର ବୁଲି ପ୍ରତିଦିନ କର ନ୍ତି ଭିକ୍ଷାବୃତ୍ତି । ଏହାକୁ କୁହାଯାଏ ଭିକ୍ଷାଟନ । ସ୍ଥାନୀୟ ଜଗଦୀଶ୍ ନାରାୟଣ ବ୍ରହ୍ମଚର୍ଯ୍ୟ ଆଶ୍ରମରେ ଶହେରୁ ଅଧିକ ପିଲା ଏଭଳି କରି ପାଠପଢ଼ନ୍ତି । ସେମାନେ ଭୋର୍ ୪ଟାରୁ ଉଠି ନିତ୍ୟକର୍ମ ପରେ ପୂଜା ଯଜ୍ଞ ଆଦି ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ କରିଥାନ୍ତି । ଏହାପରେ ୧୦ଟାଠାରୁ ୨ଟା ୩୦ ପର୍ଯ୍ୟନ୍ତ ପାଠ ପଢ଼ନ୍ତି । ବିଶ୍ରାମ ନେଇ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଭିକ୍ଷାଟନରେ ବାହାରିଥାନ୍ତି । ପ୍ରତି ଘର ସମ୍ମୁଖରେ ଭିକ୍ଷା ଦେହିଂ ବୋଲି କହି ମାଗିଥାନ୍ତି ଭିକ୍ଷା । ଏହି ଆଶ୍ରମ ୧୯୬୩ରୁ ଏଠାରେ ସ୍ଥାପିତ ହାଇଛି । ଆଶ୍ରମରେ ପାଠପଢ଼ିଥିବା କେତେକ ଶିକ୍ଷାର୍ଥୀ ପ୍ରଫେସର ତଥା ଆଇଏଏସ୍ ହୋଇଥିବା ଗାଁ ଲୋକେ କୁହନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ