ପାଣିଗଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ପଡିଲା ତାଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ରାଜ୍ୟ ସରକାର ବିଶୁଦ୍ଧ ପାନୀୟ ଜଳ ପାଇଁ ପ୍ରତି ଗ୍ରାମକୁ ପାଇପ ସାହାର୍ଯ୍ୟରେ ଯୋଗେଇ ଦେଉଛନ୍ତି. ପ୍ରତି ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଲାଇନ ପାଣି ସାହାର୍ଯ୍ୟରେ ଅତି ସହଜରେ ପହଞ୍ଚି ଯାଉଛି. କିନ୍ତୁ ଏଠାରେ ପାଣି ଟୋପେ ପାଇଁ ମହିଳାମାନେ ଆଜି ରାଜରାସ୍ତାରେ. ଏପରି ଏକ ଘଟଣା ଘଟିଛି ଗଜପତି ଜିଲ୍ଲା ପାଣିଗଣ୍ଡା ପଞ୍ଚାୟତରେ. ୩ ଦିନ ହେଲାଣି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳରୁ ଲୋକେ ବଞ୍ଚିତ ହେଉଛନ୍ତି. କହି କହି ଥକିଗଲେ ସୁଦ୍ଧା କେହିବି କର୍ଣ୍ଣପାତ କରୁନାହାନ୍ତି. ବାଧ୍ୟ ହୋଇ ସେହି ଗ୍ରାମର ମହିଳାମାନେ ପାଣିଗଣ୍ଡା ପଞ୍ଚାୟତ କାର୍ଯ୍ୟଳୟରେ ତାଲା ପକାଇଛନ୍ତି. ସମସ୍ତ ସରକାରୀ ଅଫିସରଙ୍କୁ ଗୁହାରୀ କଲେ ସୁଧା ସବୁ ଖାଲି ପ୍ରତିଶୃତି ଦେଉଛନ୍ତି ଳ କିନ୍ତୁ କେହି କାର୍ଯ୍ୟରେ କରି ଦେଖାଉନାହାନ୍ତି. ଗ୍ରାମର ସରପଞ୍ଚ, ୱାର୍ଡମେମ୍ବରକୁ ମଧ୍ୟ ଏ ବିଷୟରେ ଜଣେଇଥିଲୁ. କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ରାଜରାସ୍ତାକୁ ଓଲେହିଲୁ. ଶେଷରେ ସରକାର କର୍ମଚାରୀ ଆସି ଆମକୁ ପ୍ରତିଶୃତି ଦେଇଛନ୍ତି, ଖୁବଶୀଘ୍ର ପାନୀୟ ଜଳର କାର୍ଯ୍ୟକାରୀ ହେବ. ଲୋକଙ୍କ ସମସ୍ୟା ୧ ମାସ ମଧ୍ୟରେ ଦୂରୀଭୂତ ହେବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି. ପ୍ରତିଶୃତି ଦେଲା ପରେ ମହିଳାମାନେ ଅନଶନରୁ ହଟିଥିଲେ. ଖାଲି ଯାହା ଦେଖିବାକୁ ବାକି ରହିଲା କେବେ ଗ୍ରାମର ପାଣି ସମସ୍ୟା କେବେ ଦୂରୀଭୂତ ହେଉଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ