ପାଣିଘେରରେ ଆଡହୁରିଆ, ଯଶୋବନ୍ତପୁର ଗ୍ରାମବାସୀ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ଆଡହୁରିଆ, ଯଶୋବନ୍ତପୁର ଗ୍ରାମବାସୀମାନେ ଦୀର୍ଘ ବର୍ଷ ହେଲା ଜଳବନ୍ଦୀ ଜୀବନ ବିତାଉ ଥିବାବେଳେ ବିଜୁ ଯୁବବାହିନୀର ସଦସ୍ୟ ମାନଙ୍କ ଦୃଢ଼ ପଦକ୍ଷେପ ଓ ଗ୍ରାମବାସୀଙ୍କ ସହଯୋଗ ଯୋଗୁଁ ଏହି ସମସ୍ୟାର ସୁଧାର ଆସିପାରିଛି । ବଞ୍ଚୋ-ପଞ୍ଚୁଗୋଛିଆ ରାସ୍ତାରେ ଡ୍ରେନଜ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷାହେଲେ ଆଡହୁରିଆ ଓ ଯଶୋବନ୍ତପୁର ଗ୍ରାମବାସୀ ମାନେ ରାସ୍ତାରୁ ବାହାରକୁ ବାହାରି ପାରୁ ନଥିବାବେଳେ ଅନେକ ଲୋକଙ୍କ ଘରେ ପାଣି ପସିଯାଉଥିଲା । ଯାହାକୁନେଇ ଗତ କିଛିବର୍ଷ ହେଲା ଲୋକମାନ ନାହିଁ ନଥିବା ଅସୁବିଧା ଭୋଗ କରିଆସୁଥିଲେ । ଛାତ୍ରଛାତ୍ରୀମାନେ ଅଣ୍ଟେ ପାଣିରେ ପସି ସ୍କୁଲ ଯିବା ଆସିବା ମଧ୍ୟ କରୁଥିଲେ । ଗତ ଦୁଇଦିନ ଧରି ପ୍ରବଳ ବର୍ଷା ହେବାଦ୍ୱାରା ମୁଗୁପୁର ହାଇସ୍କୁଲ ଠାରୁ ନଦୀବନ୍ଧ ପର୍ଯ୍ୟନ୍ତ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାଦ୍ୱାରା ଆଡହୁରିଆର ୨୦୦ରୁ ଉର୍ଦ୍ଧ ପରିବାର ଓ ଯଶୋବନ୍ତପୁର ଗ୍ରାମର ଶତାଧିକ ପରିବାର ଘରୁ ବାହାରକୁ ବାହାରି ପାରିନଥିଲେ । ଗ୍ରାମବାସୀମାନେ ଏନେଇ ସରପଞ୍ଚଙ୍କୁ ଜଣାଇବାରୁ ସେ ମଧ୍ୟ ନିଜର ଅକ୍ଷମତା ପ୍ରକାଶ କରିବାପରେ ବିଜୁ ଯୁବବାହିନୀର ପିଲାମାନେ ସଂଘବଦ୍ଧ ହୋଇ ଆଜି ଉକ୍ତ ରାସ୍ତା କଡରେ ଡ୍ରେନ କାଟି ଜଳନିସ୍କାସନର ବ୍ୟବସ୍ଥା କରିଛନ୍ତି । ବିଜୁ ଯୁବବାହିନୀର ସମ୍ପାଦକ ପ୍ରକାଶ ଜେନା, କ୍ୟାସିୟର ସନ୍ତୋଷ ପଣ୍ଡା, ସମାଜସେବୀ ହାପି ସାହୁ, ଅରୁଣ ସାହୁ, ପ୍ରଦୀପ ସାହୁ, ସୁରେଶ ସାହୁ, ନବୀନ ନାୟକ, ସୁଧାକର ଜେନା, ଦିନେଶ ସେଠୀ, ବିଷ୍ଣୁ ସାହୁଙ୍କ ସମେତ ଦୁଇ ଗ୍ରାମର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବଞ୍ଚୋ ପଞ୍ଚୁଗୋଛିଆ ଆର.ଡି ରାସ୍ତାର ଲକ୍ଷ୍ମୀଘାଟ ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଡ୍ରେନ ଖୋଳାଯାଇ ଜଳନିସ୍କାସନର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ପ୍ରଶାସନ କିମ୍ବା ଆର.ଡି ବିଭାଗ ପକ୍ଷରୁ ଏହି ଡ୍ରେନଟିକୁ ସବୁଦିନିଆ ଡ୍ରେନରେ ପରିଣତ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ