ପାଣିଟାଙ୍କିରୁ ବ୍ୟକ୍ତିଙ୍କ ଶବ ଉଦ୍ଧାର
ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ରେଳଷ୍ଟେସନ ପାଣିଟାଙ୍କି ନିକଟରୁ ଜିଆରପି ପକ୍ଷରୁ ଏକ ଶବକୁ ଉଦ୍ଧାର କରାଯାଇଛି । ଆଜି ଭୋର ସମୟରେ ପାଣିଟାଙ୍କି ନିକଟରେ ଜଣେ ବ୍ୟକ୍ତି ଶବ ପଡିଥିବା ଦେଖି ଛତ୍ରପୁର ଆରପିଏଫ୍ ପକ୍ଷରୁ ଏଏସଆଇ ବିଜୟ କୁମାର ପଟ୍ଟନାୟକ ଓ ଏସଆଇ ଲକ୍ଷ୍ମୀଧର ବାଗ ସିଂହ ଜିଆରପିକୁ ସୂଚନା ଦେଇଥିଲେ । ଜିଆରପି ପୁଲିସ ଘଟଣା ସ୍ଥଳେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରିଥିଲେ । ତେବେ ମୃତକ ଜଣକ ବ୍ରହ୍ମପୁର ର ଗୋଷାଣି ନୁଆଗାଁ ମଚୋବନ୍ଧ ସାହିର ଏମ୍ ପଦ୍ମଲୋଚନ (୩୫) ବୋଲି ଜଣାପଡିଛି । ଏନେଇ ବ୍ରହ୍ମପୁର ଜିଆରପି ପୋଲିସ୍ ୨୦/୨୦୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚଳାଇଛି ।