ପାଣିପାଇଁ ହାହା କାର, କେନାଲରୁ ଜଳ ସେଚ଼ନ ପାଇଁ କ୍ଷେତ୍ର ପରିଦର୍ଶନ କଲେ ବିଧାୟକ ଓ ଅଧିକ୍ଷଣ ଯନ୍ତ୍ରୀ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଳକର ଚାରି ପଞ୍ଚାୟତରେ ପାଣିପାଇଁ ହା ହା କାର ଦେଖାଦେଇଛି। ଯେଉଁଠି ବି ନାଳ, ଚୁଆ ଆଦି ଥିଲା ସେଥିରୁ ମଟର ଲଗାଇ ବିଲକୁ ଜଳ ସେଚିତ କରିବା ପରେ ଏବେ ଜଳ ସଙ୍କଟ ଦେଖା ଦେବାରୁ ଚାଷୀ ମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏପରି ଅବସ୍ଥା ଦେଖା ଦେଇଛି ଏହି ବ୍ଳକର ଅକରୁଆ, ବଞ୍ଚୋ, ପଞ୍ଚୁଗୋଛିଆ ଓ ଶାସଙ୍ଗ ପଞ୍ଚାୟତର । ପ୍ରଚଣ୍ଡ ଖରା ସାଙ୍ଗକୁ ବର୍ଷା ନଥିବାରୁ ଧୋଡ଼ ବାହାରିବା ସମୟରେ ବିଲଗୁଡିକ ଶୁଖି ଯିବାକୁ ବସିଛି। ଯାହାର ସୁବିଧା ଅଛି ସେମାନେ ମଟର ଲଗାଇ ପାଣି ଟୋପେ ମଡାଉ ଥିବାବେଳେ ଅନ୍ୟ ଚାଷୀ ମାନେ ହା ହୁତାଶରେ ଦିନ କାଟୁଛନ୍ତି। ଏପରି ପରିସ୍ଥିତିରେ ବୈତରଣୀ ବ୍ୟାରେଜ ପ୍ରୋଜେକ୍ଟ କେନାଲରୁ କିଛି କିଛି ପାଣି ପୂର୍ବ କେନାଲରେ ଛଡା ଗଲେ ଏହିସବୁ ପଞ୍ଚାୟତର ଥିବା କାଠିଆସରା, ଘୋଷରାପଦା, ଦଧିବାବନପୁର, ଅକରୁଆ, ଆମ୍ବଗଡ଼ିଆ, ବଞ୍ଚୋ, ଶିବନାରାୟଣପୁର, ଶାସଙ୍ଗ’ ଗୋପାଳପୁର, ପଞ୍ଚୁଗୋଛିଆ, ଆଡ଼ହୁରିଆ, ନୀଳାପୁର, ବଳଭଦ୍ରପୁର ଆଦି ଗ୍ରାମର ହଜାର ହଜାର ଏକର ଚାଷଜମି ଜଳସେଚିତ ହୋଇପାରନ୍ତା । ଏନେଇ ଆଜି ବିଭିନ୍ନ ଗ୍ରାମର ଚାଷୀମାନେ ବିଧାୟକଙ୍କୁ ଜଣାଇବା ପରେ ଆଜି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବୈତରଣୀ ବ୍ୟାରେଜ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ସ୍ନେହାଶିଷ ବେହେରା, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ଼, ଅକରୁଆ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଚ଼ତୁର୍ଭୁଜ ସ୍ୱାଇଁ ପ୍ରମୁଖ ଘୋଷରାପଦା ନିକଟରେ ପହଞ୍ଚି କିପରି ଓ କେଉଁ ପରିସ୍ଥିତିରେ ଜଳସେଚ଼ନ ହୋଇ ପାରିବ ସେନେଇ କ୍ଷେତ୍ର ପରିଦର୍ଶନ କରିବା ସହିତ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଥିଲେ। ଦିନେ ଦୁଇଦିନ ଭିତରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଅଧିକ୍ଷଣ ଯନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ପୁର୍ବରୁ ନିର୍ମାଣ ହୋଇଥିବା କେନାଲକୁ ପୁନରୁଦ୍ଧାର କରାଗଲେ ଏହାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତିି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ