ପାଣିରେ ପସିଲା ବେପାରୀ, ପୁଲିସ ନାକେଦମ

ହାଟଡ଼ିହି, :  ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ଖବରପାଇ ନନ୍ଦିପଦା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବାବେଳେ ଜଣେ ମଦ ବ୍ୟବସାୟୀକୁ ଧରିବାକୁ ନାକେଦମ ହୋଇଛି । ମାତ୍ର ମଦ ବ୍ୟବସାୟୀ ଜଣକ ଚତୁରାତର ସହ ଖସିଯିବାରେ ସମର୍ଥ ହୋଇଛି । ଖବରରୁ ଜଣାଯାଇଛି ଯେ ହାଟଡିହି ତହସିଲ ନିକଟରେ ଚୋରା ମଦ ବିକ୍ରୀ ହେଉଥିବା ଜାଣି ନନ୍ଦିପଦା ପୁଲିସ ହଠାତ ଚଢ଼ାଉ କରିଥିଲା । ଗୋଟିଏ ଦୋକାନରୁ ୫ଲିଟର ଦେଶୀମଦ ଜବଦ କରିବା ସହ ଜଣକୁ ଗିରଫ କରିଥିଲା । କିନ୍ତୁ ପାଖରେ ଆଉ ଏକ ଦୋକାନରେ ଚଢ଼ାଉ କରିବାକୁ ଯିବା ବେଳକୁ ମଦ ବ୍ୟବସାୟୀ ଜଣକ ଦୋକାନ ବନ୍ଦକରିଦେଇ ନିକଟସ୍ଥ ପୋଖରୀରେ ପସିଲା ଯେ ଆଉ ବାହାରିଲା ନାହିଁ । ଏହାଦେଖି ପୁଲିସ ଟିକେ ଆହୁଡକୁ ପଳାଇବାରୁ ମଦ ବ୍ୟବସାୟୀ ଜଣକ ଚତୁରତାର ସହ ଖସିଯାଇ ଜଣେ ବ୍ୟକ୍ତିଙ୍କ ଘରେ ଲୁଚିଯାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ତାକୁ ଧରିବାକୁ ପୁଲିସ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ