ପାଣିରେ ବୁଡି ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ

ନାଉଗାଁ : ବ୍ଲକ ତହସିଲ ଅଧିନ ଗଜରାଜପୁର ଗ୍ରାମର ନବମ ଶ୍ରେଣୀ ଛାତ୍ର ଦେବୀନଦୀ ବୁଡି ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ଉକ୍ତ ଗ୍ରାମର ଦିପ୍ତି ରଞନ ସେଠୀଙ୍କ ଏକମାତ୍ର ପୁତ୍ର ଶୁଭଂଜିତ ସେଠୀ (ବାବୁନା) ନିକଟସ୍ଥ କୋରୁଆ ମହାଦେବ ମନ୍ଦିରକୁ ସାଙ୍ଗ ମାନଙ୍କ ସହିତ ଭୋଜି କରିବାକୁ ଯାଇଥିଲା । ଉକ୍ତ ମନ୍ଦିରକୁ ଲାଗି ରହିଥିବା ଦେବୀନଦୀ କୂଳରେ ସାଙ୍ଗ ମାନଙ୍କ ସହିତ ବୁଲୁଥିବା ବେଳେ ଦେବୀନଦୀ କୂଳର ଅତଡା ଖସି ଯିବାରୁ ସେ ନଦୀ ମଧ୍ୟକୁ ଖସିପଡିଥିଲା । ସେ ପହଁରା ଜାଣିନଥିବା କାରଣରୁ ସେ ପାଣିରେ ବୁଡି ଯାଇଥିଲା । ପାଖରେ ଥିବା ଅନ୍ୟ ସାଙ୍ଗମାନେ ପାଟିକରି ଡାକିବାରୁ ସ୍ଥାନୀୟ ଗ୍ରାମର ଲୋକମାନେ ପାଟି ଶୁଣି ଘଟଣାସ୍ଥଳରେ ପହଁଚି ତାକୁ ପାଣିରୁ ଉଧାର କରିଥିଲେ । ଏହାପରେ ତାକୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ