ପାଣିରେ ବୁଡି ଯୁବକ ମୃତ
ଭୂବନେଶ୍ୱର (ଯୁଗାବ୍ଦ ନ୍ୟୁଜ ) : ପୁରୀ କେନାଲରେ ବୁଡି ଯୁବକର ମୃତ୍ୟୁ । ଶୁକ୍ରବାର ସକାଳେ ହୋଲିର ରଙ୍ଗରେ ରଙ୍ଗାୟିତ ହୋଇ ଚନ୍ଦ୍ରଶେଖର ସାହିର ୩ ସାଙ୍ଗ ମିଶି ନିକଟସ୍ଥ ପୁରୀ କେନାଲକୁ ସ୍ନାନ କରିବାକୁ ଯାଇଥିଲେ । ହେଲେ ଗାଧୋଇବା ସମୟରେ ଜଣେ ବ୍ୟକ୍ତି କେନାଲରେ ବୁଡି ଯାଇଥିଲେ । ଏହା ପରେ ଦୁଇ ସାଙ୍ଗକୁ ବହୁତ ଖୋଜା ଖୋଜି କରିଥିଲେ କିନ୍ତୁୁ ଆଉ ଯୁବକଙ୍କର ପତ୍ତ ମିଳିପାରିଲା ନାହିଁ । ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯୁବକର ମୃତ ଦେହ କେନାଲରୁ ଉଦ୍ଧାର କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମୋର୍ଟମ ପାଇଁ ପଠାଇଛି ମେଡିକାଲକୁ ।


