ପାଣିରେ ବୁଡି ହାତୀପାଦପଲ୍ଲୀ ଗ୍ରାମର ଜଣେ ମୃତ୍ୟୁ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ଷୋହଳ ମଇଲ ଛକ ନିକଟ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧ ବ୍ୟକ୍ତି ଡିସେମ୍ବର ୨୫ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ବୃଦ୍ଧ ଜଣକ ହେଲେ ବୁଗୁଡା ନିକଟସ୍ଥ ପୋଲସରା ବ୍ଳକର ହାତୀପାଦପଲ୍ଲୀ ଗ୍ରାମର ୮୦ ବର୍ଷ ବୟସ୍କ ନଟବର ପ୍ରଧାନ। ପାଣିରେ ଜଣେ ବ୍ୟକ୍ତି ଭାସୁଥିବା ଖବର ପାଇଁ ବୁଗୁଡା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରି ବୁଗୁଡା ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ନଟବର ପ୍ରଧାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବୁଗୁଡା ପୋଲିସ ମର ଶରୀର ଜବତ କରି ୩୨/୨୨ ପ୍ରକାରେ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପ୍ରାଥମିକ ତଦନ୍ତରୁ ଭାରସାମ୍ୟ ହରାଇ ପୋଖରୀ ପାଣିରେ ପଡି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି।