ପାଣି କାଢୁଥିବା ବେଳେ କୁଅରେ ପଡି ବୃଦ୍ଧା ମୃତ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ବେଲଗୁଣ୍ଠା କଂସାରୀ ସାହି ସ୍ଥିତ ଏକ କୁଅରୁ ଜଣେ ବୃଦ୍ଧା ପାଣି କାଢୁଥିବା ବେଳେ କୁଅରେ ପଡି ମୃତ୍ୟୁବରଣ କରିଛନ୍ତି ।ପୋଲିସ ସୁତ୍ରରୁ ପ୍ରକାଶ ଯେ,କଂସାରୀ ସାହିର ସ୍ୱର୍ଗତ ହରିକୃଷ୍ଣ ସାହୁଙ୍କ ପତ୍ନୀ ମାୟା ସାହୁ (୭୫) ଆଜି ଦିନ ୨ଟା ବେଳେ ନିଜ ଲୁଗା ସଫାକରିବା ପାଇଁ ଘର ବାଡିପଟ କୁଅରୁ ଏଅ ବାଲଟି ଦ୍ୱାରା ପାଣି କାଢୁଥିବା ବେଳେ କୁଅରେ ପଡିଯାଇଥିଲେ ।ଖବର ପାଇ କୁଅ ନିକଟରେ ସାହି ବାସିନ୍ଦା ପହଞ୍ଚିଥିଲେ ।ପୁର୍ବତନ କାଉନସିଲର ଲିଙ୍ଗରାଜ ପାତ୍ର ଓ ଜତୀନ ପାତ୍ର ସଙ୍ଗେ ସଙ୍ଗେ ବେଲଗୁଣ୍ଠା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମାୟାଙ୍କୁ ଉଦ୍ଧାର କରିଥିଲେ ।ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା ।ଖବର ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପହଞ୍ଚି ମାୟାଙ୍କ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇଥିଲେ ।ଏନେଇ ୨୨/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୋଲିସ।ଘଟଣାର ତଦନ୍ତ କରୁଛି ।ପ୍ରକାଶ ଥାଉ କି ବେଲଗୁଣ୍ଠା କଂସାରୀ ସାହିରେ ଏକ ନାଳର ପୁନରୁଦ୍ଧାର ପାଇଁ ଡ୍ରେନ୍ ଟି ଖୋଳି ଛାଡିଦେଇଥିବାରୁ ରାସ୍ତାରେ ଭଙ୍ଗା ସିମେଣ୍ଟ କଂକ୍ରିଟ ପଡି ରାସ୍ତା ଅବରୋଧ ହୋଇଥିବାରୁ ଦମକଳ ଗାଡିଟ ବାଙ୍କବଜାର ଓ ଜଗନ୍ନାଥ ପାଟଣା ସାହି ଦେଇ କଂସାରୀ ସାହିକୁ ଯାଇଥିଲା ।ଫଳରେ ଘଟଣା ସ୍ଥଳରେ ପହଞ୍ଚିବାକୁ ବିଳମ୍ବ ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ