ପାଣି ଘେରରେ କୁସୁମି ବ୍ଲକ
ରାଇରଙ୍ଗପୁର ,(ଅକ୍ଷୟ କୁମାର ବିଶ୍ୱାଳ): ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କୁସୁମୀ ବ୍ଲକର ବିଭିନ୍ନ ପଞ୍ଚାୟତ ଜଳ ମଗ୍ନ ହୋଇଛି । ବହୁ ଚାଷ ଜମିରେ କାଦୁଅପାଣି, ବାଲି ଚରି ଯାଇ ଚାଷ ଜମି ନଷ୍ଟ ହେବା ସହ ରାସ୍ତାଘାଟ କିଛି ପରିମାଣରେ ନଷ୍ଟ ହୋଇଛି । ଆହାରବନ୍ଧ ପଞ୍ଚାୟତ ଆହାରବନ୍ଧ ଗ୍ରାମର ଗୋପାଳ ସାହିର ଭାଗିରଥ ଦଳେଇ, ଭଗବାନ ଦଳେଇ,ମୁରାରୀ ବାରିକ, ସନ୍ତୋଷ ବାରିକଙ୍କ ଘର ସମ୍ପୂର୍ଣ୍ଣ ପାଣିଘେରରେ ଥିଲା । ସ୍ଥାନୀୟ ବିଜେଡି ନେତା ବିଶ୍ୱନାଥ ବାରିକଙ୍କ ସୂଚନା କ୍ରମେ ଆଜି ମୟୁରଭଞ୍ଜ ବିଜେଡି ସଦର ସଭାପତି ଶ୍ରୀଯୁକ୍ତ କାଶୀନାଥ ହେମ୍ବ୍ରମଙ୍କ ନେତୃତ୍ୱରେ ସ୍ଥାନୀୟ ସରପଞ୍ଚ ତଥା ବିଜେଡ଼ି ନାରୀ ନେତ୍ରୀ ଶ୍ରୀମତୀ ମଞ୍ଜୁ ସିଂ,ଯୁବ ସଂଗଠକ ଗଣେଶ ମିଶ୍ର, ଛାତ୍ର ଜିଲ୍ଲା ସଭାପତି ବିକାଶ ମହାନ୍ତ, ସଂଖ୍ୟାଲଘୁ ନେତା ସେକ ମତଲୁବ,ବରିଷ୍ଠ ବିଜେଡି ନେତା ଦିପକ ମିଶ୍ର, ଅମିତ ଶର୍ମା, ମୁନ୍ନା ଖାଁ ପ୍ରମୁଖ କ୍ଷତିଗ୍ରସ୍ତ ପରିବାର ଙ୍କୁ ଭେଟି ସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲ୍ଳା ସଭାପତି ଶ୍ରୀହେମ୍ବ୍ରମ ବମାନଘାଟୀ ଉପଜିଲ୍ଲାପାଳ,କୁସୁମୀ ବ୍ଲକର ବିଡ଼ିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ଲୋକଙ୍କ ଦୁର୍ଦ୍ଦଶା ବିଷୟରେ ଅବଗତ କଲାପରେ ସ୍ଥାନୀୟ ବିଡ଼ିଓ ତହସିଲଦାର, ରାଜସ୍ୱ ନିରୀକ୍ଷକ ଆହାରବନ୍ଧ ଗ୍ରାମକୁ ଯାଇ ଜଳମଗ୍ନ ଅଞ୍ଚଳ ବୁଲି ଦେଖିଥିଲେ ଓ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ।