ପାଣି ଘେରରେ ରହିଥିବା ୧୨ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ଓ ଓଡ୍ରାପ୍ଟ ଟିମ
ହାଟଡିହିି, (ବିକାଶ ବିଶ୍ୱାଳ):ଆଜି ହଠାତ ବନ୍ୟାଜଳ ଆସିଯିବାରୁ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମର ୧୨ଜଣ ଲୋକ ଦିନ ୧୦ଟା ଠାରୁ ପାଣି ଘେରରେ ରହିଯାଇଥିବା ବେଳେ ସନ୍ଧ୍ୟା ସମୟରେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ଟ ଟିମ ଦ୍ୱାରା ଉଦ୍ଧାର କରାଯାଇଛି । ଖବରରୁ ଜଣାଯାଇଛି ଯେ ଗୋବିନ୍ଦପୁର ଗ୍ରାମର ୫ଜଣ ଲୋକ ନିଜ ନିଜ କାମରେ ନଦୀ କୁଳକୁ ଯାିଥିବାବେଳେ ହଠାତ ବନ୍ୟାଜଳ ଆସି ଚାରିପାଖକୁ ଘେରି ଯିବାରୁ ସେମାନେ ଆସି ନପାରି ସେଠାରେ ଅଟକି ରହିଥିଲେ । ଏ ଖବର ପାଇବାପରେ ହାଟଡିହି ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଟିମ ବୋଟ ଯୋଗେ ଯାଇ ସେମାନଙ୍କୁ ଉଦ୍ଧାର କରିତôଲେ । ସେହିପରି ବାହାରିପୁର ଗ୍ରାମର ନୀଳକଣ୍ଠ ସାହୁ, ଜିତେନ୍ଦ୍ର ସାହୁ, ସୁବାସ ଜେନା, ରବିନ୍ଦ୍ର ଜେନା, ରାମ ଜେନା, ଶ୍ରୀଧର ଜେନା, ବିଦ୍ୟାଧର ଜେନା, ସନ୍ତୋଷ ଜେନା, ଛତୁ ଓ କାଠ ସଗ୍ରହ ପାଇଁ ନଦୀକୁଳକୁ ଯାଇଥିବାବେଳେ ହଠାତ ନଦୀପାଣି ଘେରି ଯିବାରୁ ସେମାନେ ପାଣି ଘେରରେ ରହି ଯାଇଥିଲେ । ଦୀର୍ଘ ୬/୭ ଘଣ୍ଟା ଧରି ସେମାନେ ଫସିରହି ଥିବାବେଳେ ହାଟଡିହି ବିଡିଓଙ୍କ ନିଦେ୍ର୍ଦଶକ୍ରମେ ଓଡ୍ରାଫ୍ଟ ଟିମ ସଦସ୍ୟ ମାନେ ବୋଟରେ ଯାଇ ସେମାନଙ୍କୁ ଉଦ୍ଧାର କରିଛନ୍ତି ।