ପାଣି ଟୋପେ ପାଇଁ ଦୁଇ କି.ମି ଚାଲିବା କୁ ପଡ଼ୁଛି : ନା କୁ ସୋଲାର ପାଇପ

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ଙ୍କ ବସୁଧା ଯୋଜନା ରୁ ବଞ୍ଚିତ ଆଦିବାସୀ ଗ୍ରାମ ଆଜି ମଧ୍ୟ ପାଣି ପାଇଁ ଦୁଇ କି.ମି ଚାଲିବା କୁ ପଡ଼ୁଛି ତାହା ମଧ୍ୟ ଝରଣା ପାଣି ପାଇଁ ପାନୀୟ ଜଳ ଯୋଗାଣ ବିଭାଗ ର ଅକାମୀ ପାଇଁ ନାଇ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମ ବାସୀ  I ଗଜପତି ଜିଲ୍ଲା ଗୁଲୁବା ଗ୍ରାମ ପଞ୍ଚାଯତର କୁଡିକିମା ଇନ୍ଦ୍ରପୁର ଗ୍ରାମରେ ସରକାରଙ୍କ ସୋଲାର ଜଳ ଯୋଗାଣ ଯୋଜନା ଏଠି ନାମକୁ ମାତ୍ର I ନିର୍ମାଣ ହେବାର କେଇ ଦିନପରେ ପୁରା ଠପ  । ବାରମ୍ବାର ଅଭିଯୋଗ ପରେ ମଧ୍ୟ ନିଦ ଭାଙ୍ଗୁନି  ପ୍ରଶାସନ ର ବିଭାଗୀୟ ଅଧିକାରି  ଠିକାଦାର  ଦୁଇ ଜଣଙ୍କ ସୁଲାସୁତ୍ରରେ ଏକ ପୁରୁଣା ନଳକୂପରେ ଏହି ସଂଯୋଗ ଦେଇଥିବାରୁ ଏହି ପାଣି ଯୋଗାଇ ପାରୁନାହିଁ । ଗ୍ରାମରେ ୨୫ ରୁ ୩୦ ପରିବାର ବସବାସ କରୁଥିବା ବେଳେ  ଛୋଟିଆ ଝର କୁ ନିର୍ଭରକରନ୍ତି ଗ୍ରାମ ବାସୀ । ତାହା ବି ବର୍ଷାଦିନେ କଦର୍ଯ୍ୟ ଗୋଳି ପାଣି ଆସୁଛି । ନିମ୍ନ ମାନର ତରବରିଆ ଭାବେ ସୋଲାର କାମ ହୋଇଥିବାରୁ ସୋଲାର ପମ୍ପ କାମ ଦେଉନଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ପ୍ରଶାନସନ ଓ ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଏ ବି କର୍ଣପାତ କରୁନଥିବା କହିଛନ୍ତି । ବି କେ ଜି ୨୧/୨୨  ଯୋଜନା ଦ୍ଵାରା ୩,୫0,000 ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ ହୋଇଥିଲେ କିନ୍ତୁ କାମ ହେବାଠାରୁ କାମ ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ । ଯଥା ଶୀଘ୍ର ଏହାର ପ୍ରତିକାର ନକଲେ ବ୍ଲକ କାର୍ଜ୍ୟାଳୟ ଘେରାଉ କରିବାକୁ ଚେତାବନି ଦେଇଛନ୍ତି ଗ୍ରାମ ବାସୀ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ