ପାଣି ପଂଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ସମବାୟ ଓ ବୟନଶୀଳ୍ପ ମନ୍ତ୍ରୀ

ଦାନଗଦି, (ସ୍ୱରାଜ କୁମାର ଜେନା ):ସୁକିନ୍ଦା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଅଫିସ୍ ଠାରେ ରାଜ୍ୟ ସରକାର ଙ୍କର ପାଣି ପଂଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ପାଣି ପଂଚାୟତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରଦୀପ ପ୍ରଜ୍ବଳନ କରିଥିଲେ | ଅନ୍ୟାନ୍ୟ ଅତିଥି ଭାବେ ରେଙ୍ଗାଲି କତ୍ତୃପକ୍ଷ ଏବଂ ସୁକିନ୍ଦା ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପାଣି ପଂଚାୟତ ର ପ୍ରମୁଖ ଭୂମିକା ଏବଂ ପାଣି ପଂଚାୟତ ରେ ରହିଥିବା ସଦସ୍ୟ ମାନେ କିପରି ପାଣି ଉପଯୋଗ କରିବେ, ଯେତିକି ଦରକାର ସେତିକି ପାଣି ବ୍ୟବହାର କରିବେ ଏବଂ ଅଯଥା ପାଣି ନଷ୍ଠ ନ କରିବେ ସେ ବିଷୟରେ ସମବାୟ ମନ୍ତ୍ରୀ ନିଜର ବିବୃତି ରଖିବା ସହ ପ୍ରତି ପଂଚାୟତ ରେ ଗଠିତ ପାଣି ପଂଚାୟତ ମଧ୍ୟମରେ ପ୍ରତି ଗ୍ରାମରେ ଏକ ଲକ୍ଷ୍ୟ ବ୍ୟୟରେ ମଣ୍ଡପ ନିର୍ମାଣ ହେବବୋଲି ଘୋଷଣା କରିଥିଲେ ।ସତରେ ନେତା ହେବ ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଙ୍କ ଭଳି ବୋଲି ଉପସ୍ଥିତ ସମସ୍ତ ସଦସ୍ୟ ଏବଂ ଜନପ୍ରତିନିଧି ପ୍ରଶଂସା ରେ ସତମୁଖ ହୋଇ ଉଠିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ